ସରକାରୀ ସ୍କୁଲର ଚଟାଣରେ କପଡା ବିଛାଇ ଶୋଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ‘Village stay programme’ (ଗ୍ରାମ ପ୍ରବାସ କାର‌୍ୟ୍ୟକ୍ରମ) ପାଇଁ ଗାଁ ଗୁଡିକ ବୁଲି ଦେଖୁଥିଲେ। ଏହି କ୍ରମରେ ଶୁକ୍ରବାର ଦିନ ସେ କଲବୁର୍ଗୀ ଜିଲ୍ଲାର ଅଫଜଲପୁର ତାଲୁକର ହେରୁର ଗ୍ରାମରେ ପହଁଚିଥିଲେ।

କିନ୍ତୁ ପ୍ରବଳ ବର୍ଷା କାରଣରୁ ତାଙ୍କର କାର୍ଯ୍ୟକ୍ରମକୁ ସ୍ଥଗିତ କରିବାକୁ ପଡିଥିଲା। ଏମିତିରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ୟାଦଗୀରର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ରହିବାକୁ ପଡିଲା। ସେଠାରେ ସେ ଏକ କୋଠରୀର ଚଟାଣରେ ଶୋଇଥିବାର ନଜର ଆସିଥିଲେ।

karnatakaଏହାପୂର୍ବରୁ କୁମାରସ୍ବାମୀ କହିଥିଲେ ସେ ପିଲାଙ୍କୁ ସାହାଯ୍ୟ କରିବେ। ସେ ଏହା ମଧ୍ୟ କହିଥିଲେ ଯେ ସେ ଏକ ସାଧାରଣ ବସରେ ଆସିଛନ୍ତି ନା କୌଣସି ଭୋଲବୋ ବସରେ। ଏକ ପ୍ରଶ୍ନର ଉତ୍ତରରେ ସେ ଜଣାଇଥିଲେ ଯେ ତାଙ୍କର ଭାଜପା ଠାରୁ କିଛି ମଧ୍ୟ ଶିକ୍ଷା କରିବାର ଆବଶ୍ୟକ ନାହିଁ। ସେ ଝାଟିମାଟି ଘର ଠୁ ନେଇ ପଞ୍ଚ ତାରକା ହୋଟେଲରେ ମଧ୍ୟ ଶୋଇଛନ୍ତି।

cmକୁମାରସ୍ବାମୀ ଜଣାଇଥିଲେ ଯେ ତାଙ୍କ ବାପା ପ୍ରଧାନମନ୍ତ୍ରୀ ଥିବାବେଳେ ସେ ରୁସର ଗ୍ରାଣ୍ଡ କ୍ରେମାଲିନ ପ୍ୟାଲେସରେ ଶୋଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ଜୀବନରେ ସବୁକିଛି ଦେଖଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ଏହି ଶୋଇଥିବାବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.