କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଂଚ ଉପରକୁ ଧସେଇ ପଶିଲେ ଜଣେ ଯୁବକ । ସେ ସମୟରେ ମଂଚ ଉପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଯୁବକଙ୍କୁ ପୋଲିସ ଓ ସୁରକ୍ଷାକର୍ମୀ ଅଟକାଇ ଥିଲା । ଯୁବକ ଜଣକ କିଏ ଏବଂ ସେ କାହିଁକି ମଂଚ ଉପରକୁ ଉଠିଲେ ସେ ନେଇ ପୋଲିସ ତଦନ୍ତ ଜାରି ରହିଛି ।
ସିଦ୍ଦରମୈୟା ଏକ କାର୍ଯ୍ୟକ୍ରମ ସମୟରେ ମଞ୍ଚ ଉପରେ ରହିଥିଲେ । ଏହାରି ମଧ୍ୟରେ ଜଣେ ଯୁବକ ଦର୍ଶକଙ୍କ ମଧ୍ୟରୁ ଉଠି ଆସି ମଞ୍ଚ ଆଡକୁ ଦୌଡିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ପହଞ୍ଚିବା ପୂର୍ବରୁ କାବୁ କରିନେଇଥିଲେ । ତେବେ ଯୁବକ କାହିଁକି ଏମିତି କରିଥିଲେ, ତାହା ଜଣାପଡିନାହିଁ । ଯୁବକଙ୍କ ପରିଚୟ ମଧ୍ୟ ଜଣାପଡିନାହିଁ । ସୁରକ୍ଷାକର୍ମୀ ସନ୍ଦିଗ୍ଧ ଯୁବକଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲା । ପୋଲିସ ଯୁବକଙ୍କ ଗିରଫ କରି ପଚରାଉଚରା ଜାରି ରଖିଛି ।
#WATCH | Bengaluru: There was an alleged security breach during an event of Karnataka CM Siddaramaiah. An unidentified person ran towards the stage where CM Siddaramaiah was present, but he was stopped by the police pic.twitter.com/668Ks4ICXt
— ANI (@ANI) September 15, 2024
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପ୍ରଚାର ବେଳେ ସୁରକ୍ଷାରେ ତ୍ରୁଟି ପରିଲଖିତ ହୋଇଥିଲା । ନିର୍ବାଚନ ପ୍ରଚାର ସମୟରେ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳା ପିନ୍ଧାଉଥିବା ଜଣେ ବ୍ୟକ୍ତିଙ୍କ ପାଖରେ ପିସ୍ତଲ ଥିବା ଦେଖିବାକୁ ମିଳିଥିଲା । ଏହି ମାମଲା ବେଙ୍ଗାଲୁରୁ ଦକ୍ଷିଣରେ ନିର୍ବାଚନ ପ୍ରଚାର ସମୟରେ ହୋଇଥିଲା ।