କର୍ଣ୍ଣାଟକରେ iPhone ପାଇଁ ଡେଲିଭରୀ ବଏଙ୍କୁ ହତ୍ୟା; ଅଭିଯୁକ୍ତ ସ୍କୁଟିରେ ମୃତଦେହ ରଖି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ
କର୍ଣ୍ଣାଟକରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। iPhone ପାଇଁ ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଜଣେ ୨୦ ବର୍ଷୀୟ ଯୁବକ। ମୃତଦେହକୁ ନିଜ ଘରେ ୩ ଦିନ ରଖିବା ପରେ ସେଥିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଅଭିଯୁକ୍ତ।
କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ଆଇଫୋନ୍ ପାଇଁ ଏକ କମ୍ପାନୀର ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। କାହିଁକି ନା, ଯୁବକ ଜଣକ ଅନଲାଇନରେ ମଗାଇଥିବା ଆଇଫୋନର ପଇସା ଦେବାକୁ ଅସମର୍ଥ ଥିଲେ।
ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ୨୦ ବର୍ଷୀୟ ଅଭିଯୁକ୍ତ ହେମନ୍ତ ଦତ୍ତା ସେକେଣ୍ଡ ହ୍ୟାଣ୍ଡ୍ ଆଇଫୋନ୍ କିଣିବାକୁ ଚାହୁଁଥିଲେ, ହେଲେ ତାଙ୍କ ପାଖରେ ପଇସା ନ ଥିବାରୁ ସେ ଏକ ଯୋଜନା କରିଥିଲେ। ନିଜର ପ୍ଲାନିଂ ମୁତାବକ, ଦତ୍ତା ଇ-କମର୍ସ େଓ୍ଵବ୍ସାଇଟରୁ ଏକ ପୁରୁଣା ଆଇଫୋନ ବୁକ୍ କରିଥିଲେ। ଏହି ଆଇଫୋନ୍କୁ ଡେଲିଭର କରିବାର ଦାୟିତ୍ୱ ହେମନ୍ତ ନାୟକ ନାମକ ଯୁବକଙ୍କୁ ମିଳିଥିଲା, ଯାହାଙ୍କ ବୟସ ଥିଲା ୨୩ ବର୍ଷ।
ହେମନ୍ତ ନାୟକ ଫୋନ୍ ଡେଲିଭରୀ ଦେବାକୁ ଅଭିଯୁକ୍ତ ହେମନ୍ତ ଦତ୍ତାଙ୍କ ଘରେ ପହଞ୍ଚି ଥିଲେ। ଅଭିଯୁକ୍ତ ତାଙ୍କୁ କହିଥିଲେ କି, ସେ ପଇସା ଆଣିବାକୁ ଯାଉଛନ୍ତି, ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କିନ୍ତୁ କିଛି ସମୟ ପରେ ଅଭିଯୁକ୍ତ ପଇସା ନୁହେଁ, ବରଂ ଏକ ଧାରୁଆ ଛୁରୀ ଆଣି ଡେଲିଭରୀ ବଏଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବଏଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ଘଟାଇବା ପରେ ଅଭିଯୁକ୍ତ ଡେଲିଭରୀ ବଏଙ୍କ ମୃତଦେହକୁ ୩ ଦିନ ପର୍ଯ୍ୟନ୍ତ ନିଜ ଘରେ ରଖିଥିଲେ। ଏହାପରେ ମୃତଦେହକୁ ନଷ୍ଟ କରିବା ପାଇଁ ସେ ଭୋର୍ ପ୍ରାୟ ୪ଟା ସମୟରେ ମୃତଦେହକୁ ଅଖାରେ ରଖି ନିଜ ସ୍କୁଟି ସାହାଯ୍ୟରେ ବାହାରକୁ ବାହାରି ଥିଲେ।
ପୋଲିସ କହିଛି ଯେ ଡେଲିଭରୀ ବଏଙ୍କ ମୃତଦେହ ଏକ ରେଳ ଷ୍ଟେସନ ନିକଟରେ ଅଧା ପୋଡ଼ା ଅବସ୍ଥାରେ ମିଳିଛି। ଅଭିଯୁକ୍ତ ମୃତଦେହକୁ ଜଳାଇବା ପାଇଁ ପେଟ୍ରୋଲ ମଧ୍ୟ କିଣିଥିଲେ। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଏ ସବୁ ଜାଣିବାକୁ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
A 20 year old man killed an E kart delivery guy, kept the body three days in his home, and burnt the body later all for an obsession for an #iPhone which he didn’t have financial means to pay. Hemanth Dutt of Ariskere town in #Hassan #Karnataka has been arrested- thanks to cctv pic.twitter.com/FIHLtMHqqY
— Imran Khan (@KeypadGuerilla) February 19, 2023