ସଂପତ୍ତିରୁ ଭାଗ ଚାହୁଁଥିଲେ କର୍ଣ୍ଣାଟକ ପୂର୍ବତନ ଡିଜିପିଙ୍କ ପତ୍ନୀ, ସ୍ବାମୀଙ୍କ ଆଖିରେ ଲଙ୍କା ପାଉଡର ପକାଇ କରିଥିଲେ ନିର୍ମମ ହତ୍ୟା

କର୍ଣ୍ଣାଟକର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ପୋଲିସ୍ ଶ୍ରୀଯୁକ୍ତ ଓମ୍ ପ୍ରକାଶଙ୍କୁ ହତ୍ୟା । କର୍ଣ୍ଣାଟକ ପୂର୍ବତନ ଡିଜିପି ଓମପ୍ରକାଶ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । ଆଖିରେ ଲଙ୍କା ପାଉଡର ପକାଇ ଡିଜିପି ସ୍ବାମୀଙ୍କୁ ନିର୍ମମ ହତ୍ୟା କରିଥିଲେ ପତ୍ନୀ । ସଂପତ୍ତିକୁ ନେଇ ହତ୍ୟା ଅଭିଯୋଗରେ ସ୍ତ୍ରୀ ଓ ଝିଅ ଅଟକ ରଖିଛି ପୋଲିସ ।

କର୍ଣ୍ଣାଟକ କ୍ୟାଡରର ୧୯୮୧ ବ୍ୟାଚ ଭାରତୀୟ ପୋଲିସ ସେବା ଅଧିକାରୀ ଓମ୍ ପ୍ରକାଶ (୬୮)ଙ୍କ ର ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ । ଗତକାଲି ଅପରାହ୍ନ ୪.୩୦ ସମୟରେ ବେଙ୍ଗାଲୁରୁ HSR layout ସ୍ଥିତ ବାସଭବନରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଏହି ଘଟଣାରେ ତାଙ୍କ ପୁଅକୁ ଯୋଗାଯୋଗ କରିବା ସହ ଘରେ ରହୁଥିବା ପତ୍ନୀ ପଲ୍ଲବୀ ଓ ଝିଅକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଓମପ୍ରକାଶଙ୍କ ଛାତି ଓ ପେଟରେ ଏକାଧିକ କ୍ଷତ ରହିଛି । ବରିଷ୍ଠ ପୋଲିସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ପହ୍ଲବୀ ମାନସିକ ରୋଗ ସିଜୋଫେର୍ଣ୍ଣିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଓମପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ତେବେ ସଂପତ୍ତିକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ବିବାଦ ଲାଗିରହିଥିଲା । ଓମ ପ୍ରକାଶ ଚାହୁଁଥିଲେ, ସମସ୍ତ ସମ୍ପତ୍ତି ତାଙ୍କ ପୁଅକୁ ଦିଆଯାଉ କିନ୍ତୁ ପତ୍ନୀ ପଲ୍ଲବୀ ଚାହୁଁଥିଲେ ଭାଗ । ପୂର୍ବରୁ ପତ୍ନୀ ପଲ୍ଲବୀ ଓମ ପ୍ରକାଶ ଏବଂ ତାଙ୍କ ପୁଅକୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ ।

ଓମ ପ୍ରକାଶ ୧୯୮୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ସେ ୨୦୧୫ ମସିହାରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୭ ମସିହାରେ ଅବସର ନେବା ପରେ ସେ ବେଙ୍ଗଲୁରୁର HSR layout ରେ ରହୁଥିଲେ । ଓମ୍ ପ୍ରକାଶଙ୍କ ମୂଳ ଘର ବିହାରର ଚମ୍ପାରାନରେ ଏବଂ ସେ ଜଣେ ଏମଏସସି (ଭୂବିଜ୍ଞାନ) ସ୍ନାତକ କରିଥିଲେ ।

Also Read : ଯୌତୁକ ପାଇଁ ସ୍ତ୍ରୀର ଚୁଟି କାଟିଲା ସ୍ୱାମୀ