ଏହି କାରଣରୁ ରଦ୍ଦ ହେଲା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଆଣିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଲକଡାଉନ ସ୍ଥିତିରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଚାଲୁଥିବା ଟ୍ରେନ ରଦ୍ଦ କରିଛନ୍ତି। ଏନେଇ ସରକାର ମଙ୍ଗଳବାର ଦିନ ଦକ୍ଷିଣ ପଶ୍ଚିମ ରେଳବାଇକୁ ପତ୍ର ଲେଖିଥିଲେ। ପତ୍ରରେ ସେ ଟ୍ରେନ ସେବା ବନ୍ଦ କରିବାକୁ ଅନୁରୋଧ କରିଥିଲେ।

Karnataka govt announces Rs 1,610 cr relief package for those in ...

କର୍ଣ୍ଣାଟକରେ ଫସିଥିବା ପ୍ରବାସୀଙ୍କ ପାଇଁ ନୋଡାଲ ଅଧିକାରୀ ଏନ ମଞ୍ଜୁନାଥ ପ୍ରସାଦ ପଠାଇଥିବା ଚିଠି ମୁତାବକ ମେ ୬ରେ ବେଙ୍ଗାଲୁରୁରୁ ବିହାରର ଧନପୁର ପାଇଁ ସକାଳ ୯, ୧୨ ଓ ଅପରାହ୍ନ ୩ଟାରେ ଚାଲିବାକୁ ଥିବା ଟ୍ରେନ ସେବାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସହରରେ ହଜାର ହଜାର ଶ୍ରମିକ ଫସି ରହିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଙ୍ଗଳବାର କନଫରେସନ ଅଫ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏସନ ଅଫ ଇଣ୍ଡିଆ(CREDAI) ର ପ୍ରତିନିଧି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଥିଲେ। ସାକ୍ଷାତ ପରେ ସେ କହିଥିଲେ ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।