ଲକଡାଉନ ପରେ ୪ ତାରିଖରୁ ମଲ୍‌ ଏବଂ ମଦ ଦୋକାନ ଖୋଲିବାକୁ ପ୍ଲାନ କରୁଛନ୍ତି କର୍ଣ୍ଣାଟକ ସରକାର

ବାଙ୍ଗାଲୁରୁ : କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ଆସନ୍ତା ଦୁଇଦିନ ମଧ୍ୟରେ ଅର୍ଥାତ ୩ ତାରିଖରେ ଶେଷ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି ବାକି ଅନ୍ୟ ଅଞ୍ଚଳରେ କର୍ମସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ କାରବାର ହେବ ବୋଲି କର୍ଣ୍ଣାଟକ ସରକାର ସୂଚନା ଦେଇଛନ୍ତି। କିନ୍ତୁ ଏହା ଭିତରେ ୪ ତାରିଖରୁ ମଲ ଏବଂ ମଦ କୋଦାନ ଖୋଲିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି। କିନ୍ତୁ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କ ଲକଡାଉନ ପରେ ଆସିବାକୁ ଥିବା ଗାଇଡଲାଇନକୁ ମଧ୍ୟ ଅପେକ୍ଷା କରିଛନ୍ତି।

shop

ଏହି ସପ୍ତାହ ଆରମ୍ଭରୁ କିଛି ଆଇଟି ସେକ୍ଟର ଏବଂ କିଛି ଇଣ୍ଡଷ୍ଟ୍ରିଜ, ସରକାରୀ କାର୍ଯ୍ୟାଳୟ ଏବଂ କୃଷିଭିତ୍ତିକ କାର୍ଯ୍ୟକଳାପ କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହାସହିତ ସଂକ୍ରମଣ ବ୍ୟାପିନଥିବା ଅଞ୍ଚଳରେ ଥିବା ଦୋକାନକୁ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି। ସେହିପରି ପୂର୍ବ ଘୋଷଣା ଅନୁଯାୟୀ ମେ ୧୫ ପର୍ଯ୍ୟନ୍ତ ସବୁ ମେଟ୍ରୋ ଏବଂ ବସ୍‌ ସେବା ବନ୍ଦ ରହିବ।

mall

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ବିଭିନ୍ନ ରାଜ୍ୟରେ ମଲ୍‌ ଏବଂ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏବେ ସୁଦ୍ଧା ଏହାକୁ ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଠିକ୍‌ ସେହିପରି ରାଜସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ବିଧାୟକମାନେ ଦାବି କରିଛନ୍ତି। ରାଜ୍ୟରେ ମଦ ଦୋକାନ ଖୋଲିବାକୁ କୋଟା ସଙ୍ଗୋଦର ବିଧାୟକ ଭରତ ସିଂହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ଙ୍କୁ ପତ୍ର ଲେଖିଛନ୍ତି। ସେ କହିଛନ୍ତି ଯେ ଆଲ୍କହଲ୍ ଆଧାରିତ ସାନିଟାଇଜର୍ କରୋନାଭାଇରସ୍ ମାରିପାରୁଛି। ତେଣୁ ମଦ ପିଇଲେ ବି କରୋନାଭାଇରସ୍ ମରିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.