କର୍ଣ୍ଣାଟକ ସରକାରଙ୍କ କଡ଼ା ନିୟମ, କ୍ବାରେନଣ୍ଟାଇନରେ ଥିବା ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାକୁ ଥରେ ସରକାରଙ୍କୁ ପଠେଇବେ ସେଲ୍ଫି

ବାଙ୍ଗାଲୋର: କ୍ବାରାଣ୍ଟାଇନରେ ଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ସରକାରଙ୍କୁ ପଠାଇବେ ପ୍ରତି ଘଣ୍ଟାରେ ଗୋଟେ ଲେଖାଏଁ ସେଲ୍ଫି। ଏହି ନିୟମ କରିଛନ୍ତି କର୍ଣ୍ଣାଟକ ସରକାର। ଏଥିପାଇଁ ଏକ ଆପ୍ ପ୍ରସ୍ତୁତ ହୋଇଛି ।ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ କ୍ବାରାଣ୍ଟାଇନରେ ରହୁଥିବା ଲୋକଙ୍କୁ ଆପରେ ନାମ ପଞ୍ଜିକରଣ କରାଇବାକୁ ପଡିବ । ଏହା ସହ ସେମାନଙ୍କୁ ପ୍ରତି ଘଣ୍ଟାରେ ସରକାର ସେଲଫି ପଠାଇବାକୁ ପଡ଼ିବ। ଏଥିରେ ଏକ ଜିପିଏସ ଟ୍ରାକର ରହିଛି। ଯାହାମାଧ୍ୟମରେ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ। ଯଦି କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଏହି ନିୟମକୁ ଉଲଂଘନ କରନ୍ତି ତେବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠା ଯିବ ବୋଲି ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ରେଡ୍ଡୀ।


ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ରେଡ୍ଡୀଙ୍କ କହିବା ମୁତାବକ ‘ଯଦି ଜଣେ କ୍ୱାରାଣ୍ଟିନ୍ ବ୍ୟକ୍ତି ପ୍ରତି ଘଣ୍ଟାରେ ସେଲଫି ପଠାଇବାରେ ବିଫଳ ହୁଅନ୍ତି (ସକାଳ ୧୦ ଟାରୁ ୭ ଟା ପର୍ଯ୍ୟନ୍ତ ଶୋଇବା ବ୍ୟତୀତ) ତେବେ ଏକ ଟିମ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବେ ଏବଂ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା କ୍ୱାରାଣ୍ଟିନ୍ ସେଣ୍ଟରକୁ ସ୍ଥାନାନ୍ତର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.