ଦେଶ ବିଦେଶ

ହିଜାବ ଶୁଣାଣି କରୁଥିବା ଜଜ୍‌ଙ୍କୁ ‘Y’ କାଟାଗୋରୀ ସିକ୍ୟୁରିଟି, ହତ୍ୟା ଧମକ ପରେ କର୍ଣ୍ଣାଟକ ସରକାର ଦେଲେ ସୁରକ୍ଷା

ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକର ଉଚ୍ଚ ନ୍ୟାୟାଳୟର ୩ ଜଣ ଜଜ୍‌ଙ୍କୁ ଓ୍ଵାଇ ସିକ୍ୟୁରିଟି। ଏହି ମାମଲାର ଶୁଣାଣି କରୁଥିବା କାରଣରୁ ଏହି ୩ ଜଜ୍‌ଙ୍କୁ ଲଗାତାର ଧମକ ଦିଆଯାଉଥିଲା। ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମ୍ମଇ ୩ ଜଣ ଯାକ ଜଜ୍‌ଙ୍କୁ ଓ୍ଵାଇ ସିକ୍ୟୁରିଟି ସୁରକ୍ଷା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ରବିବାର ବେଙ୍ଗାଲୁରୁରେ ଗଣମାଧ୍ୟମ ସହ କଥା ହେବା ବେଳେ ବୋମ୍ମଇ କହିଛନ୍ତି, ହିଜାବ ମାମଲାର ଶୁଣାଣି କରିଥିବା ୩ ଜଜ୍‌ଙ୍କୁ ଓ୍ଵାଇ ଶ୍ରେଣୀ ସୁରକ୍ଷା ଦେବାକୁ ଆମେ ନିଷ୍ପତ୍ତି ନେଇଛୁ। ମୁଁ ମହାନିର୍ଦ୍ଦେଶକ ଓ ଆଇଜିଙ୍କୁ ବିଧାନ ସୌଧ ପୋଲିସ ଷ୍ଟେସନ୍‌ରେ ରୁଜୁ ହୋଇଥିବା ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। କିଛି ଲୋକ ଜଜ୍‌ଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ରହିଛି।

୩ ଜଜ୍‌ଙ୍କ ମଧ୍ୟରେ ମୁଖ୍ୟ ବିଚାରପତି ରିତୁ ରାଜ୍‌ ଅବସ୍ଥୀ ମଧ୍ୟ ସାମିଲ ଅଛନ୍ତି। ପ୍ରଧାନ ବିଚାରପତିଙ୍କ ବ୍ୟତୀତ ୩ ଜଜ୍‌ଙ୍କ ପୀଠରେ ଜଷ୍ଟିସ୍‌ କୃଷ୍ଣା ଦୀକ୍ଷିତ ଓ ଜଷ୍ଟିସ୍‌ ଖାଜୀ ଏମ୍‌ ଜୟବୁନ୍ନିସା ବି ଅଛନ୍ତି।

ଏହି ଘଟଣାକୁ ନିନ୍ଦା କରିବା ଅବସରରେ ବୋମ୍ମଇ କହିଛନ୍ତି, ଗୋଟିଏ ସମ୍ପ୍ରଦାୟର ପକ୍ଷ ନେବା ଧର୍ମ ନିରପେକ୍ଷତା ନୁହେଁ। ଏହା ସାମ୍ପ୍ରଦାୟିକତା। ମୁଁ ଏହାକୁ ନିନ୍ଦା କରୁଛି। ଆମେ ସମସ୍ତେ ଏକାଠି ଠିଆ ହେବା ଦରକାର ବୋଲି କହିଛନ୍ତି ବୋମ୍ମଇ।

Also Read: ହୋଲିରେ ଅଘଟଣ: ବାରଣ ସତ୍ତ୍ୱେ ପିଇଲେ ବିଷାକ୍ତ ମଦ; ଚାଲିଗଲା ୧୩ ଜୀବନ, ଜଣେ ଅନ୍ଧ

WCW 11

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

14 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

29 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

42 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

42 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago