ସ୍ତ୍ରୀ ସହିତ ଜୋର ଜବରଦସ୍ତକୁ ବି ଦୁଷ୍କର୍ମ ଧରାଯିବ: କର୍ଣ୍ଣାଟକ ହାଇକୋର୍ଟ

ସ୍ତ୍ରୀଙ୍କ ସହିତ ଜୋର ଜବରଦସ୍ତ କିମ୍ବା ଦୁଷ୍କର୍ମକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ ଘୋଷଣା କରିଛନ୍ତି । ହାଇକୋର୍ଟଙ୍କ ରାୟ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ପତ୍ନୀଙ୍କ ସହିତ ବଳାତ୍କାର କରୁଛନ୍ତି କିମ୍ବା ଜୋର ଜବରଦସ୍ତ କରିବାକୁ ଚେଷ୍ଟା କରିଛନ୍ତି ତେବେ ସେମାନେ ଦଣ୍ଡରୁ ବର୍ତ୍ତୀପାରିବେ ନାହିଁ କିମ୍ବା ଆଇନ ହାତରୁ ରକ୍ଷା ପାଇପାରିବେ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତିକି “ବଳାତ୍କାରର ମାନେ ହେଉଛି ବଳାତ୍କାର” । ପତ୍ନୀଙ୍କ ସହିତ ଜୋର ଜବରଦସ୍ତକୁ ଦୁଷ୍କର୍ମ କୁହାଯିବ । ପତ୍ନୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ସମ୍ବନ୍ଧ ରଖିବାକୁ ଦୁଷ୍କର୍ମ ଶ୍ରେଣୀ ଭୁକ୍ତ କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତିକି ଏହା ସମାନତା ଅଧିକାର ବିରୋଧୀ । କୋର୍ଟଙ୍କ ଅନୁଯାୟୀ ସଂସଦ ମାନେ ମଧ୍ୟ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେବା ସହ ସମାଜରେ ରହିଆସୁଥିବା ଅସମାନତା ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ ।

ଅନ୍ୟପକ୍ଷରେ ଏକ ଜଣିଆ ଖଣ୍ଡପୀଠ ନ୍ୟାୟମୂର୍ତ୍ତି ଜଷ୍ଟିସ ଏମ. ନାଗାରତ୍ନା ଜଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ କହିଛନ୍ତିକି କାହିଁ କେଉଁ କାଳରୁ ରହିଆସିଥିବା ପୁରୁଣା ଚିନ୍ତାଧାରା ଗୁଡିକୁ ହଟାଇ ଦେବା ଆବଶ୍ୟକ । ସେ ସମୟରେ ପାଟି ନିଜ ପତ୍ନୀଙ୍କର ଶାସକ ଥିଲେ । ସ୍ତ୍ରୀ ମାନଙ୍କର ଶରୀର, ମନ ତଥା ଆତ୍ମାର ମାଲିକ ଥିଲେ ସ୍ୱାମୀ । ଏବେ ମଧ୍ୟ ଅନେକ ସ୍ଥାନରେ ଏହି ଧାରା ଚାଲି ଆସୁଛି । ଏହାର ପ୍ରଭାବ ସିଧାସଳଖ ପ୍ରଭାବ ଆମ ଉପରେ ପଡୁଛି । ମନୋବୈଜ୍ଞାନିକ.ଓ ଶାରୀରିକ ଅବସ୍ଥାରେ ପଡିଥାଏ । ସ୍ୱାମୀଙ୍କର ଏହିପରି ପଶୁତୁଲ୍ୟ ବ୍ୟବହାର ପତ୍ନୀଙ୍କ ଆତ୍ମାକୁ ଗଭୀର ଆଘାତ ପହଞ୍ଚାଇଥାଏ । ଆଇନ ନିର୍ମାତା ମାନେ ନୀରବତାର ଶବ୍ଦକୁ ଶୁଣିବା ଉଚିତ । ପ୍ରକୃତରେ ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଜବରଦସ୍ତ ସମ୍ଭନ୍ଧ ରଖିବା ଆରୋପରେ ଧାରା ୩୭୬ ଆଧାରରେ ଏକ ଦୁଷ୍କର୍ମ କେଶ ଦର୍ଜ କରିଥିଲେ । କିନ୍ତୁ ଆରୋପି ପତି ହାଇକୋର୍ଟରେ ଧାରା ୩୭୬ କୁ ହଟାଇବା ନେଇ ଦାବି କରି ଯାଚିକା ଦାୟର କରିଥିଲେ ।

Leave A Reply

Your email address will not be published.