ଚାକିରିର ପ୍ରଥମ ଦିନରେ, ଆଖି ବୁଜିଲେ IPS ଅଫିସର୍

(କେନ୍ୟୁଜ) : ଭାଙ୍ଗିଗଲା ସିଙ୍ଘମ୍ ବନିବାର ସ୍ବପ୍ନ…ପ୍ରଥମ ଦିନରେ ହିଁ ସ୍ବପ୍ନ ଭାଙ୍ଗିରୁଜି ହୋଇଗଲା ଚୁରମାର୍…ପୋଷ୍ଟିଙ୍ଗର ପ୍ରଥମ ଦିନରେ ହିଁ ବୁଜିଦେଲେ ଆଖି…IPS ଚାକିରିର ପ୍ରଥମ ଦିନରେ ଦୁର୍ଘଟଣାରେ ଚାଲିଗଲା ଜୀବନ…ହଁ ଆଜ୍ଞା ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଜଣେ ଆଇପିଏସ ଅଧିକାରୀ, କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରାଣବାୟୁ । ଚାକିରିର ପ୍ରଥମ ଦିନ, କେତେ ଖୁସିରେ ବାହାରି ଯାଇଥିଲେ ପୋଷ୍ଟିଙ୍ଗ ପାଇଁ । ପ୍ରଥମ ଦିନ, କେତେ କଣ ନୂଆ ଅନୁଭୂତି ସାଉଁଟିଥାନ୍ତେ । ହେଲେ ତାପୂର୍ବରୁ ସବୁକିଛି ଯେମିତି ହେଇଗଲା ଶେଷ । ପୋଷ୍ଟିଙ୍ଗର ପ୍ରଥମ ଦିନରେ ଆଖି ବୁଜିଦେଲେ ଆଇପିଏସ୍ ଅଫିସର । ଭାଗ୍ୟରେ ନଥିଲା ବୋଧ ହୁଏ ଚାକିରି, ସେଥିପାଇଁ ବାଟରେ ଯାଉ ଯାଉ ହିଁ ଘଟିଗଲା ଅଘଟଣ । ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ଆଇପିଏସ୍ ଅଫିସର ।
କର୍ଣ୍ଣାଟକରେ ଘଟିଛି ଏଭଳି ଏକ ଅତି ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ଚାକିରିର ପ୍ରଥମ ଦିନରେ। ଆଜି ତାଙ୍କର କାର୍ଯ୍ୟରେ ଯୋଗଦାନ ଥିବାବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି।

ମୃତକ ଜଣକ ହେଉଛନ୍ତି ଯୁବ IPS ଅଫିସର ହର୍ଷ ବର୍ଦ୍ଧନ । ମାତ୍ର ୨୬ ବର୍ଷ ବୟସ ତାଙ୍କୁ । କର୍ଣ୍ଣାଟକ କ୍ୟାଡରର ସେ 2023 ବ୍ୟାଚ୍ IPS ଅଫିସର ଥିଲେ, ତାଙ୍କ ଘର ମଧ୍ୟପ୍ରଦେଶରେ। ମୈସୁରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି।

କହିରଖିବାକୁ ଚାହିଁବୁ ଯେ ସେ କାର୍ଯ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଏଥିରେ ହର୍ଷ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି।