କର୍ଣ୍ଣାଟକ ଡ୍ରାମାରେ ପୁଣି ଟ୍ଵିଷ୍ଟ, ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି ରମେଶ କୁମାର

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ଡ୍ରାମାରେ ପୁଣି ଟ୍ଵିଷ୍ଟ । ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି ରମେଶ କୁମାର । ଦଳ ବଦଳ ନିରୋଧ ଆଇନ ବଳରେ ତିନି ଜଣଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କଂଗ୍ରେସ ଦଳର ହୋଇଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ । ଜୁଲାଇ ପ୍ରଥମ ସପ୍ତାହରେ ସେମାନେ ଇସ୍ତଫା ଦେଇଥିଲେ । ଚଳିତ ବିଧାନସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ଏହି ତିନି ଜଣ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ବାଚସ୍ପତି କହିଛନ୍ତି । ଏଥିସହ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ କି ନିଷ୍ପତ୍ତି ନେବେ ସେ ନେଇ ସସ୍‌ପେନ୍ସ ରଖିଛନ୍ତି । କହିଛନ୍ତି, ମୋ ଉପରେ ସମସ୍ତଙ୍କ ନଜର ରହିଛି । ବାଚସ୍ପତି ଭାବେ ମୋତେ ମୋର ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଅନ୍ୟପଟେ ବିଜେପି ଏପର୍ଯ୍ୟନ୍ତ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି କରି ନାହିଁ । ବିଦ୍ରୋହୀ ବିଧାୟକଙ୍କ ଉପରେ ବାଚସ୍ପତି କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ବିଜେପି ନଜର ରଖିଥିଲା । ସରକାର ଗଠନ ନେଇ ବଜେପି ଶୀର୍ଷ ସ୍ତରରେ ବିଚାର ବିମର୍ଷ ଜାରି ରହିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.