କର୍ଣ୍ଣାଟକ ନାଟକର ଆଜି ପଡ଼ିବ କି ଯବନିକା ? ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ସାରିବାକୁ ବାଚସ୍ପତିଙ୍କ ଡେଡ୍‌ଲାଇନ୍‌

ଆଜି ପଡ଼ିବ କି କର୍ଣ୍ଣାଟକ ନାଟକରେ ଯବନିକା? ସଂଧ୍ୟା ୬ଟା ସୁଦ୍ଧା ଯେକୌଣସି ମତେ ଆସ୍ଥା ଭୋଟ କରାଯିବ ବୋଲି ବାଚସ୍ପତି ଡେଡଲାଇନ ଦେଇଛନ୍ତି । ଅପରାହ୍ନ ୪ଟାରୁ ଆସ୍ଥା ଭୋଟ ନେଇ ଆଲୋଚନା ହେବ । ସେପଟେ ତୁରନ୍ତ ଆସ୍ଥା ଭୋଟ କରାଇବା ନେଇ ଦୁଇ ଜଣ ସ୍ୱାଧୀନ ବିଧାୟକ ସୁପ୍ରିମକୋର୍ଟରେ କରିଥିବା ମାମଲାର ଶୁଣାଣି ହୋଇଛି । ଯଦି ଆଜି ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ୍‌ ନହୁଏ, ତେବେ ଆସନ୍ତାକାଲି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ସେପଟେ ଆଜି ୧୧ଟା ସୁଦ୍ଧା ବିଦ୍ରୋହୀ ବିଧାୟକମାନେ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ନୋଟିସ ଜାରି କରିଥିଲେ ବାଚସ୍ପତି କେ. ରମେଶ । ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ମେଣ୍ଟ ସରକାରଙ୍କ ସଦସ୍ୟମାନେ ଦାବି କରିବା ପରେ ଏହି ନୋଟିସ ଜାରି ହୋଇଥିଲା । ତେବେ ହଜାର ପାଇଁ ୧୪ ବିଦ୍ରୋହୀ ବିଧାୟକ ବାଚସ୍ପତିକୁ ୪ ସପ୍ତାହ ସମୟ ମାଗିଛନ୍ତି । ଏନେଇ ବାଚସ୍ପତି କେ.ଆର. ରମେଶଙ୍କୁ ଚିଠି ଲେଖି ଜଣାଇଛନ୍ତି । ୨୨୪ ସଭ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୧୭ ଜଣ ବିଧାୟକ ଥିଲେ । ସୁପ୍ରିମକୋର୍ଟ ଯାଇଥିବା ୧୫ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହେଲେ ସରକାରଙ୍କ ପାଖରେ ୧୦୧ ଜଣ ବିଧାୟକ ରହିବେ । ସେପଟେ ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିିଳିଲେ ବିଜେପିର ସଂଖ୍ୟା ୧୦୭ରେ ପହଞ୍ଚିବ । ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ମ୍ୟାଜିକ ନମ୍ବର ରହିଛି ୧୦୫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.