କର୍ଣ୍ଣାଟକ ଅପଡେଟ୍ : ବର୍ତ୍ତମାନର ଗଣିତ ବିଜେପି ସପକ୍ଷରେ

କର୍ଣ୍ଣାଟକ (କେନ୍ୟୁଜ୍) : ଜୁଲାଇ ୧ ଦିନ ୨ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଶନିବାର ଦିନ ବାଚସ୍ପତିଙ୍କ ଅନୁପସ୍ଥିତିରେ ୮ କଂଗ୍ରେସ ଓ ୩ ଜେଡିଏସ୍ ବିଧାୟକ ଇସ୍ତଫା ପ୍ରଦାନ କରିଥିଲେ। କର୍ଣ୍ଣାଟକ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଜେଡିଏସରେ ୧୧୬ ବିଧାୟକ ଥିଲେ। ଜଣେ ବିଏସ୍ପି ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିଲା। ସ୍ୱାଧୀନ ବିଧାୟକ ମଧ୍ୟ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି।

କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କ ବିଦ୍ରୋହ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ପ୍ରତ୍ୟାହାର ପରେ, ସରକାଙ୍କ ପାଖରେ ୧୦୪ ବିଧାୟକଙ୍କ ସମର୍ଥନ। ଅନ୍ୟପଟେ ବିଜେପିର ମଧ୍ୟ ୧୦୫ ବିଧାୟକ ଅଛନ୍ତି। ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ଯୋଡ଼ିଲେ, ବିଜେପି ପାଖରେ ୧୦୬ ବିଧାୟକ ଅଛନ୍ତି। ବିଦ୍ରୋହୀଙ୍କ ଇସ୍ତଫା ଗ୍ରହଣ ହେଲେ, ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ୧୧୩ରୁ ୧୦୬କୁ ଖସି ଆସିବ। ଯାହା ବିଜେପିକୁ ସୁହାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.