କାରୋଲିନା ବିଲାଓ୍ଵସ୍କା ହେଲେ ‘ମିସ୍‌ ଓ୍ଵାର୍ଲ୍ଡ ୨୦୨୧’; ଭାରତର ମାନସା ବାରାଣସୀ ରହିଲେ ୧୩ତମ ସ୍ଥାନରେ…

ମିସ୍‌ ପୋଲାଣ୍ଡ କାରୋଲିନା ବିଲାଓ୍ଵସ୍କା ହୋଇଛନ୍ତି ମିସ୍‌ ଓ୍ଵାର୍ଲ୍ଡ ୨୦୨୧। ସେ ଆମେରିକାର ଶ୍ରୀ ସାନୀ ଏବଂ କୋଟେ ଡି ଆଇଭରର ଓଲିଭିଆ ୟେସ୍‌ଙ୍କୁ ହରାଇ ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଛନ୍ତି। ମିସ୍‌ ଇଣ୍ଡିଆ ୨୦୨୦ର ଟାଇଟଲ ଜିତିଥିବା ମାନସା ବାରାଣସୀଙ୍କୁ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ୧୩ତମ ସ୍ଥାନରେ ରହିବାକୁ ପଡ଼ିଛି।

ସ୍ୟାନ ଜୁଆନ, ପ୍ୟୁର୍ଟୋ ରିକୋରେ ଆୟୋଜିତ ଏହି ୭୦ତମ ସୁନ୍ଦରୀ ପ୍ରତିଯୋଗିତାରେ କାରୋଲିନା ବିଲାଓ୍ଵସ୍କା ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି। ଫିନାଲେ ରାଉଣ୍ଡରେ ସେ ଆମେରିକା, ଇଣ୍ଡୋନେସିଆ, ମେସ୍କିକୋ, ଉତ୍ତର ଆୟରଲ୍ୟାଣ୍ଡ ଏବଂ କୋଟେ ଡି ଆଇଭରର ସୁନ୍ଦରୀଙ୍କୁ ହରାଇଥିଲେ। ମିସ୍‌ ଓ୍ଵାର୍ଲ୍ଡ ୨୦୧୯ ରହିଥିବା ଜାମାଇକାର ଟୋନି-ଏନ୍‌ ସିଂ କାରୋଲିନାଙ୍କୁ ମୁକୁଟ ପିନ୍ଧାଇଥିଲେ।

ବିଜୟୀ ମୁକୁଟ ପିନ୍ଧିବା ପରେ କାରୋଲିନା ବିଲାଓ୍ଵସ୍କା କହିଥିଲେ, ମୁଁ ପ୍ୟୁର୍ଟୋ ରିକୋର ଏହି ଅଦ୍ଭୁତ ଅଧ୍ୟାୟକୁ ଜୀବନ ସାରା ମନେ ରଖିବି’। ଏହି ପ୍ରତିଯୋଗିତାରେ ପ୍ରଥମ ରନର-ଅପ୍‌ ଆମେରିକାର ଶ୍ରୀ ସାନୀ ହୋଇଥିବା ବେଳେ ଦ୍ୱିତୀୟ ରନର-ଅପ୍‌ କୋଟେ ଡି ଆଇଭରର ଓଲିଭିଆ ୟେସ୍‌ ହୋଇଥିଲେ। କହି ରଖୁଛୁ, କାରୋଲିନା ସ୍ୱିମିଂ, ସ୍କୁବା ଡାଇଭିଂ, ଟେନିସ୍‌ ଏବଂ ବ୍ୟାଡ୍‌ମିଣ୍ଟନ ଖେଳିବାକୁ ପସନ୍ଦ କରନ୍ତି।

Leave A Reply

Your email address will not be published.