କର୍ତ୍ତାରପୁର ସାହିବ କରିଡର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁ ନାନକଙ୍କ ୫୫୦ତମ ଜନ୍ମଦିନରେ ଯୋଗ ଦେବାକୁ ସୁଲତାନପୁରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆଦିଲ୍ଲୀ: ଦେଶ ପାଇଁ ସମର୍ପିତ ହେଲା କର୍ତ୍ତାରପୁର କରିଡର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ବିଶ୍ୱର ସମସ୍ତ ଶିଖ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଢେ ୪କିମି ଲମ୍ବର ଏହି କରିଡରର ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ ଠାରୁ ଶ୍ରଦ୍ଧାଳୁ ଗୁରୁଦ୍ୱାର ଦରବାର ସାହିବକୁ ସିଧାସଳଖ ଯାଇପାରିବେ। ଆଜି ୫ଶହ ଶ୍ରଦ୍ଧାଳୁ ଗୁରଦ୍ୱାର ସାହିବ ଯାଉଛନ୍ତି । ଏହି କରିଡର ପଞ୍ଜାବର ଡେରା ସାହେବ ନାନକ ପୀଠ ସହ ପାକିସ୍ତାନର ଦରବାଗ ସାହିବକୁ ଯୋଡ଼ିଛି। ଶିଖ ଗୁରୁ ନାନକ ଦେବ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାକୁ ଏହା ସେମାନଙ୍କ ପାଇଁ ପବିତ୍ର ସ୍ଥଳୀ ହୋଇ ରହିଛି। ଖୁବ କମ ସମୟ ମଧ୍ୟରେ ଏହାକୁ ନିର୍ମାଣ କରିବାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଉଦଘାଟନ ଉତ୍ସବରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରସିମ୍‌ରତ କୌର, ଗୁରଦାସପୁର ସାଂସଦ ସନ୍ନି ଦେଓଲ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.