କଶ୍ମୀରକୁ ନେଇ କମଲା ହୈରିସ୍‌ଙ୍କ ବିବାଦୀୟ ବୟାନ୍‌, ଯାହାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର୍‌ କମଲା ହୈରିସ୍‌ଙ୍କ କଶ୍ମୀରକୁ ନେଇ ଦେଇଥିବା ବିବାଦୀୟ ବୟାନ୍‌ ଭାରତରେ ବଡ଼ ବିତର୍କ ସୃଷ୍ଟି କରିଛି । ଭାରତ ସରକାରଙ୍କ ନୀତି ଉପରେ ସର୍ବଦା ଆଲୋଚକ ଭୂମିକା ଗ୍ରହଣ କରିଥାନ୍ତି କମଲା ହୈରିସ୍‌ । କଶ୍ମୀର ୩୭୦ ଧାରା ଉଚ୍ଛେଦ୍‌ ହେଉ ବା ନାଗରିକତା ଶଂସୋଧନ ଆଇନ୍‌ । ସବୁଥିରେ ସେ ସରକାରଙ୍କ ନୀତିକୁ ନେଇ ଆଲୋଚନା କରିଥାନ୍ତି ।

ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ ସିନେଟର୍‌ କମଲା ହୈରିସ୍‌ ବିଡେନ୍‌ର ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ହୋଇଥିଲେ । ଏବେ ସେ ବିଡେନ୍‌ର ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ହୋଇଛନ୍ତି ।  କମଲା ଭାରତୀୟ ବଂଶୋଦ୍ଭବ ହେଲେ ବି ଭାରତର ନୀତିକୁ ନେଇ ସର୍ବଦା ଆଲୋଚନା କରିଥାନ୍ତି ।

ତାଙ୍କର ବିବାଦୀୟ ବୟାନ ‘ଆମେ କଶ୍ମୀରବାସୀଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଆମେ ତାଙ୍କର ପରିସ୍ଥିତି ଉପରେ ନଜର ରଖିଛୁ । ମାନବିକତାକୁ ହତ୍ୟା କରୁଥିବା ଲୋକ ସବୁବେଳେ ଭାବନ୍ତି ଯେ ତାଙ୍କ ହିଂସାକୁ କେହି ଦେଖୁନାହାଁନ୍ତି । ହେଲେ ଆମେ ଦେଖୁଛୁ । ଦରକାର ପଡ଼ିଲେ ଏଥିରେ ଦଖଲ ଦେବୁ’ । ଏପରି କହି ସେ ଭାରତରେ ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି । ଏବେ ତାଙ୍କ କଥାକୁ ନେଇ ଭାରତରେ ବିତର୍କ ଜୋର ଧରିଛି ।

kamla haris.JPG-1

କିଏ କମଲା ହୈରିସ୍‌

ଭାରତୀୟ ବଂଶୋଦ୍ଭବ କମଲା ହୈରିସ୍‌ ମା’ ଙ୍କ ଜନ୍ମ ତାମିଲନାଡୁରେ । ତାଙ୍କର ପିତା ଆଫ୍ରିକୀୟ । ଦୁହେଁ ପଢ଼ିବା ପାଇଁ ଆମେରିକା ଆସିଥିଲେ । ଆମେରିକାରେ ବିବାହ ହୋଇ ରହିଗଲେ । ପରେ ପିତା-ମାତାଙ୍କ ମଧ୍ୟରେ ତଲାକ୍‌ ହୋଇଗଲା । କମଲା କାଲିଫୋର୍ଣ୍ଣିଆର ଓ ଆଂଶିକ ଭାରତବଂଶୀ । ଦିବଂଗତ ଭାରତୀୟ କ୍ୟାନ୍‌ସର ବିଶେଷଜ୍ଞ ଶ୍ୟାମଲ ଗୋପାଲନ୍‌ ତାଙ୍କର ମାତା । ପିତା ଆଫ୍ରିକାର ଡୋନାଲ୍ଡ ହୈରିସ୍‌ ।

କମଲା ହାବାର୍ଡ ୟୁନିଭରସିଟିରେ ପଢ଼ିବା ପରେ କାଲିଫୋର୍ଣ୍ଣିଆ ୟୁନିଭରସିଟିରେ ଆଇନ୍‌ ପଢ଼ିଛନ୍ତି । ପରେ କାଲିଫୋର୍ଣ୍ଣିଆର ଆଟୋର୍ଣ୍ଣି ଜେନେରାଲ୍‌ ହୋଇଥିଲେ । କମଲା ପ୍ରଥମ ମହିଳା ଓ ପ୍ରଥମ ଆଫ୍ରିକୀୟ ଆମେରିକୀୟ ଯେ ଦୁଇ ଥର ଆଟୋର୍ଣ୍ଣି ଜେନେରାଲ୍‌ ପଦରେ ପହଞ୍ଚିଥିଲେ । ୨୦୧୭ରେ ଆମେରିକାର ସାଂସଦ ହୋଇଥିବା କମ୍‌ଲା ହେଉଛନ୍ତି ଦ୍ୱତୀୟ ଅଶ୍ୱେତ ମହିଳା । ଏହା ପୂର୍ବରୁ ଲୁସିଆନାର ପୂର୍ବତନ ରାଜ୍ୟପାଳ ବାମ୍ବି ଜିନ୍ଦଲ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.