ପରିବାରର ଖର୍ଚ୍ଚ ଉଠାଇବା ପାଇଁ ସମୁଦ୍ରକୁ ଓହ୍ଲାଇଲେ ମହିଳା, ଆଜି ଲୋକେ କହୁଛନ୍ତି ଫିସର ଓ୍ଵମେନ୍‌

ମହିଳାଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ । ସେ ପରିବାର ଚଳାଇବା ସହ ପରିବାରର ସମସ୍ତଙ୍କ କଥା ବୁଝିଥାନ୍ତି । ମହିଳାମାନେ ପରିବାରର କଠିନ ସମୟରେ ପରିବାର ସହ ଛିଡ଼ା ହୋଇଥାନ୍ତି । ଏମିତି ଏକ କଠିନ ସମୟ ଆସିଥିଲା କେରଳର କେ.ସି ରେଖାଙ୍କ ଜୀବନରେ । ୨୦୦୪ ସୁନାମୀରେ ପରିବାରର ସବୁ କିଛି ଚାଲିଗଲା । ସ୍ୱାମୀଙ୍କ ରୋଜଗାର ବନ୍ଦ ହୋଇଗଲା । ଏହି ସମୟରେ ରେଖା ସମୁଦ୍ରକୁ ଓହ୍ଲାଇବାକୁ ବାଧ୍ୟ ହେଲେ । ପରିବାର ବୋଝ ତାଙ୍କୁ ନିଜର ଜୀବନ ଅପେକ୍ଷା ବେଶୀ ଗୁରୁତ୍ତ୍ୱ ଲାଗିଲା ।

REKHA
photo credit: punjabkesari.in

ସ୍ୱାମୀଙ୍କୁ ମାଛ ଧରିବାରେ ସହାୟତା କରିବା ତାଙ୍କର ଏକ ଅଭ୍ୟାସ ହୋଇଗଲା । ସମୁଦ୍ରରେ ସକାଳର ଉଦୟ ସୂର୍ଯ୍ୟ ଓ ଅପରାହ୍ଣର ଅସ୍ତଗାମୀ ସୂର୍ଯ୍ୟ ଦେଖିବା ସତେ ଯେପରି ତାଙ୍କ ଜୀବନର ଏକ ଅଙ୍ଗ ହୋଇଗଲା । ରେଖାଙ୍କୁ ଭାରତ ସରକାରଙ୍କ ତରଫରୁ ଇଣ୍ଟରନେସ୍‌ନାଲ୍‌ ବର୍ଡ଼ରରେ ମାଛ ଧରିବାର ଲାଇସେନ୍ସ ମଧ୍ୟ ମିଳିଗଲା । ଏବେ ପରିବାର ପାଇଁ ରେଖା ନିଜ ଜୀବନକୁ ବାଜି ଲଗାଇ ଗହୀର ସମୁଦ୍ରରେ ମାଛ ଧରୁଛନ୍ତି । ଭାରତରେ ପ୍ରଥମ ଥର ପାଇଁ ସେ ଜଣେ ଫିସର ଓ୍ଵମେନର ଆଖ୍ୟ ପାଇଛନ୍ତି ।

REKHA
photo credit: punjabkesari.in

ରେଖା କୁହନ୍ତି, ପ୍ରଥମେ ତାଙ୍କୁ ସମୁଦ୍ର ଭିତରକୁ ଯିବାକୁ ଭୟ ଲାଗୁଥିଲା । ଏବେ ସେ ଭୟ ଆଉ ନାହିଁ । ସେ ସମୁଦ୍ର ଭିତରକୁ ଯିବା ବେଳେ ପ୍ରଥମେ ‘କଦଲ୍ଲମା’ (ନଦୀର ଦେବୀ)ଙ୍କୁ ପୂଜା କରି ସମୁଦ୍ରରେ ଡଙ୍ଗା ପ୍ରବେଶ କରାନ୍ତି । ଗଭୀର ସମୁଦ୍ର ଭିତରକୁ ଯାଇ ସାହସର ସହିତ ମାଛ ଧରିବାରେ ରେଖା ଭାରତର ପ୍ରଥମ ମିହିଳା । ତାଙ୍କର ଏହି ସାହସିକତା ପାଇଁ ସେ ସବୁଠି ଚର୍ଚ୍ଚିତ ।

Leave A Reply

Your email address will not be published.