କେଦାରନାଥ ଧାମରେ ପହଞ୍ଚିଲା ମନ୍ଦିର ସମିତି କମିଟି ଟିମ୍, ମେ ୨ରେ କେଦାରନାଥ ଏବଂ ମେ ୪ରେ ବଦ୍ରିନାଥ କପାଟ ଖୋଲିବ

କେଦାରନାଥ ଧାମରେ ପହଞ୍ଚିଛନ୍ତି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଟିମ୍ । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଜଣେ ମୁଖପାତ୍ର ଶୁକ୍ରବାର କହିଛନ୍ତି ଯେ, ଶ୍ରୀ କେଦାରନାଥ ଧାମର ଦ୍ୱାର ମେ ୨ ତାରିଖରେ ଆନୁଷ୍ଠାନିକ ଭାବେ ଖୋଲିବ । ସେହିପରି ବଦ୍ରିନାଥ ଧାମର ଦ୍ୱାର ୪ ମଇରେ ଖୋଲିବ ।

ଏହାରି ମଧ୍ୟରେ ମଦମହେଶ୍ୱର ମନ୍ଦିର (ଦ୍ୱିତୀୟ କେଦାର)ର ଦ୍ୱାର ୨୧ ମଇରେ ଖୋଲିବ ଏବଂ ତୃତୀୟ କେଦାର, ଶ୍ରୀ ତୁଙ୍ଗନାଥ ମନ୍ଦିର ମଧ୍ୟ ୨ ମଇରେ ଖୋଲିବ ।

ଚାରିଧାମ ଯାତ୍ରା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ । ଯମୁନୋତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ।  ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ । ଯାତ୍ରାର ଗୋଟିଏ ମାସ ପୂର୍ବରୁ କୌଣସି ପ୍ରକାରର ଭିଆଇପି ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ହିଁ ଦର୍ଶନ କରିବାକୁ ପଡ଼ିବ । ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ ହେଉଛି ।

କେଦାରନାଥ ଏବଂ ବଦ୍ରିନାଥରେ ଅନଲାଇନ ପୂଜା ପାଇଁ ୧୦ ଏପ୍ରିଲରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁ ଶ୍ରଦ୍ଧାଳୁ ଘରେ ରହିଛି କେଦାରନାଥ ଏବଂ ବଦ୍ରିନାଥଙ୍କ ପୂଜା କରିବାକୁ ଚାହୁଁଛନ୍ତି, ସେମାନେ ବଦ୍ରିକେଦାର ମନ୍ଦିର ସମିତିର ୱେବସାଇଟ badrinathkedarnath.gov.in କୁ ଯାଇ ଅନଲାଇନ ପୂଜା ବୁକ୍ କରିପାରିବେ ।

Also Read : ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି