ଦେଶ ବିଦେଶ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ । ଗତକାଲି ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କ୍ରାସ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସହିତ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ତେବେ ହେଲିକପ୍ଟର ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ନିଜ ପତ୍ନୀଙ୍କ ସହିତ କଥାବାର୍ତ୍ତା ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତ୍ୟୁର ଗୋଟେ ଦିନ ପୂର୍ବରୁ କ୍ରାସ୍‌ ହୋଇଥିବା ହେଲିକପ୍ଟରର ପାଇଲଟ ଅନିଲ ସିଂହ ନିଜ ପତ୍ନୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପାଇଲଟ ଜଣକ ଝିଅର ଦେହ ଭଲ ନଥିବାରୁ ପତ୍ନୀଙ୍କୁ ଝିଅର ଧ୍ୟାନ ରଖିବାକୁ କହିଥିଲେ। ଝିଅର ଦେହ ଖରାପ କଥା ଶୁଣି ବହୁତ ଚିନ୍ତାରେ ଥିଲେ ପାଇଲଟ। ତେଣୁ ପତ୍ନୀଙ୍କୁ ଶେଷ କଥା କହିଥିଲେ, ‘ମୋ ଝିଅର ଦେହ ଖରାପ, ତା’ର ଠିକ୍‌ରେ ଯତ୍ନ ନେବ।

ହେଲିକପ୍ଟର ଉଡାଉଥିବା ପାଇଲଟ ଅନିଲ ସିଂ ମୁମ୍ବାଇର ଅନ୍ଧେରୀର ପୋର୍ଶ ଆପାର୍ଟମେଟ ସୋସାଇଟରେ ରୁହନ୍ତି। ତାଙ୍କ ପତ୍ନୀ ଏବଂ ଜଣେ ଝିଅ ମଧ୍ୟ ରହିଛନ୍ତି। ଅନିଲଙ୍କ ପତ୍ନୀ ଅନନ୍ଦିତା ପେଶାରେ ଜଣେ ଫିଲ୍ମ ରାଇଟର। ତେବେ ନିଜ ଝିଅ ସହିତ ଅନିଲଙ୍କ ସଂସ୍କାର ପାଇଁ ଦିଲ୍ଲୀ ଯିବେ ବୋଲି ଅନନ୍ଦିତା କହିଛନ୍ତି।

ଉତ୍ତରାଖଣ୍ଡରେ ବାବା କେଦାରନାଥଙ୍କ କପାଟ ବନ୍ଦ ହେବା ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ହେଲିକପ୍ଟରରେ ଦର୍ଶନ କରିବାକୁ ଯାଇଥାନ୍ତି। ଏଠାରେ କେତେକ ପ୍ରାଇଭେଟ କମ୍ପାନୀର ହେଲିକପ୍ଟରରେ ତୀର୍ଥଯାତ୍ରୀ କେଦାରନାଥଙ୍କ ପାଖକୁ କମ୍‌ ସମୟରେ ଯାଇଥାନ୍ତି। ଗତକାଲି ଗରୁଡଚଟିରୁ ଏକ ପ୍ରାଇଭେଟ କମ୍ପାନୀର ହେଲିକପ୍ଟର ୬ ଜଣ ତୀର୍ଥଯାତ୍ରୀକୁ ନେଇ ଉଡାଣ ଭରିଥିଲା। ଏହି ଯାତ୍ରୀମାନେ କେଦାରନାଥ ଦର୍ଶନ କରି ଫେରୁଥିବା ବେଳେ ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ପାଇଲଟ ମଧ୍ୟ ରହିଥିଲେ।

ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥ ନିକଟରେ ଲିଞ୍ଚୋଲି ଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ଆର୍ଯ୍ୟନ କମ୍ପାନୀର । ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା।

Also Read : କେଦାରନାଥ ଧାମରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

 

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago