ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ; କହିଲେ, ‘ଆଜି ମୁଁ ଜଣେ ସାହସୀ ଲୋକଙ୍କୁ ଭେଟିଲି’…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କେଜ୍ରିୱାଲ ରବିବାର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ (LNJP) ଯାଇ ଜୈନଙ୍କୁ ଭେଟିଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କେଜ୍ରିୱାଲ ରବିବାର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ (LNJP) ଯାଇ ଜୈନଙ୍କୁ ଭେଟିଥିଲେ। ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେ ସତ୍ୟେନ୍ଦ୍ର ଜୈନଙ୍କୁ ଆଲିଙ୍ଗନ କରି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। କହି ରଖୁଛୁ, ବୁଧବାର ସତ୍ୟେନ୍ଦ୍ର ଜୈନ ତିହାର ଜେଲର ବାଥରୁମରେ ପଡ଼ିଯାଇଥିଲେ, ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିବା ପରେ ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ଆଜିର ଯୁଗର ହିରୋ। ସେ ଟ୍ୱିଟ୍ କରି କହିଛନ୍ତି କି, ‘ମୁଁ ଆଜି ଜଣେ ସାହସୀ ବ୍ୟକ୍ତିଙ୍କୁ ଭେଟିଲି, ଯିଏ ଆଜିର ଯୁଗର ହିରୋ’। ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୈନଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି। ତାଙ୍କ ଚିକିତ୍ସା ପାଇଁ ଚାରିଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଛି।
ସୂଚନାଥାଉ କି, ସୁପ୍ରିମକୋର୍ଟ ନିକଟରେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ସେ କୋର୍ଟଙ୍କ ବିନା ଅନୁମତିରେ ଦିଲ୍ଲୀ ଛାଡି ଯାଇପାରିବେ ନାହିଁ। କୋର୍ଟଙ୍କ ଏହି ଆଦେଶ ଜୁଲାଇ ୧୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଜୁଲାଇ ୧୦ରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ। ଏହାରି ଭିତରେ ସତ୍ୟେନ୍ଦ୍ର ଜୈନ ଯେଉଁ ଚିକିତ୍ସା କରାଇବେ, ତାହାର ରିପୋର୍ଟ କୋର୍ଟଙ୍କୁ ଦେବେ।
Met the brave man…..the hero.. pic.twitter.com/d5gzKoDud9
— Arvind Kejriwal (@ArvindKejriwal) May 28, 2023