ଗୁଜରାଟ ନିର୍ବାଚନକୁ ନେଇ କେଜରିଓ୍ଵାଲଙ୍କ ପ୍ରତିକ୍ରିୟା, କହିଲେ- ଜିତିଲେ ସମସ୍ତଙ୍କୁ ଅଯୋଧ୍ୟା ନେଇ ଶ୍ରୀରାମଙ୍କୁ ଦର୍ଶନ କରାଇବି

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ବାଜିଛି ବିଗୁଲ। ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖରେ ଗଣତି ପରେ ରେଜଲ୍ଟ ବାହାରିବ।
ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, ଆମ ଦଳ ଗୁଜରାଟ ବିଧାନସଭା ନିର୍ବାଚନରେ ନିଶ୍ଚିତ ଜିତିବ। ଗୁଜରାଟର ଲୋକମାନେ ଏଥର ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ନିଶ୍ଚିତ ଜିତିବୁ। ଗୁଜରାଟରେ ଆମେ ଜିତିବା ପାଇଁ ଆପ୍ରାଣ ଚେଷ୍ଟା କରିବୁ। ଗୁଜରାଟ ଲୋକଙ୍କ ପାଇଁ ୧.୩୪ ମିନିଟ୍ରେ ଏକ ଭିଡିଓ ବାର୍ତ୍ତା ମଧ୍ୟ କେଜରିଓ୍ଵାଲ ପ୍ରକାଶ କରିଥିଲେ। ଭିଡିଓ ବାର୍ତ୍ତାରେ କେଜରିଓ୍ଵାଲ ଗୁଜରାଟୀ ଭାଷାରେ ୧ ମିନିଟ୍ କଥା ହୋଇଥିଲେ।
AAP national convener Arvind Kejriwal posted a video that he said was a “message with love” for the people of #Gujarathttps://t.co/3IXuUZCUQU
— Hindustan Times (@htTweets) November 3, 2022
ସେ କହିଥିଲେ, ଆପଣମାନେ କେମିତି ଅଛନ୍ତି? ଆପଣମାନେ ମୋତେ ଭାଇ ବୋଲି ଭାବୁଛନ୍ତି କି? ଏହାକୁ ନିଜ ପରିବାରର ଏକ ଅଂଶ ଭାବରେ ବିବେଚନା କର। ମୋତେ ବହୁତ ଭଲ ପାଉଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କ ଭାଇ ହେବା ପରେ ମୁଁ ଆପଣଙ୍କ ପରିବାରର ସମସ୍ତ ଦାୟିତ୍ୱ ନେବି। ମାଗଣା ବିଜୁଳି ଦେବି, ବକେୟା ବିଲରୁ ମୁକ୍ତ କରିବି, ପିଲାଙ୍କ ପାଇଁ ଭଲ ସ୍କୁଲ ନିର୍ମାଣ କରିବି, ଅତ୍ୟାବଶ୍ୟକୀୟ ଦରଦାମ କମିବ, ପରିବାରର ଚିକିତ୍ସା ପାଇଁ ଭଲ ଡାକ୍ତରଖାନା ନିର୍ମାଣ କରିବି, ରୋଜଗାର ବ୍ୟବସ୍ଥା କରିବି, ଅଯୋଧ୍ୟା ନେଇ ଶ୍ରୀରାମଙ୍କୁ ଦର୍ଶନ କରାଇବି। ଆମ୍ ଆଦମୀ ପାର୍ଟିକୁ କେବଳ ଗୋଟିଏ ସୁଯୋଗ ଦିଅ ବୋଲି କହିଛନ୍ତି କେଜରିଓ୍ଵାଲ।
Also Read: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ଡିସେମ୍ବରରେ ୧ ଏବଂ ୫ରେ ହେବ ମତଦାନ