ଗାଡି ମାଲିକକୁ ସ୍ପେଶାଲ ନମ୍ବର ପ୍ଲେଟ ନିଶା, ଖର୍ଚ୍ଚ କଲେ ୪୬ ଲକ୍ଷ

ବେଳେବେଳେ ମୁମ୍ବାଇ ନମ୍ବର ହେଉ ବା ଗାଡି ନମ୍ବର ବା ନିଜ ଶୁଭ ନମ୍ବର ବା ସ୍ପେଶାଲ ନମ୍ବର ପାିବା ପାଇଁ ଲୋକେ କାହିଁ କ‘ଣ ଖର୍ଚ୍ଚ କରିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କେରଳର ଯିଏକି ଏକ ସ୍ପୋଲ ନମ୍ବର ପାଇବା ପାଇଁ ଖର୍ଚ୍ଚ କରିଛନ୍ତି ୪୬ ଲକ୍ଷ ଟଙ୍କା ।
କେରଳର ଏକ କମ୍ପାନୀ ସିଇଓଙ୍କର ଦେଖିବାକୁ ମିଳିଛି ଏମିତି ଅଜବ ନିଶା । ଲମ୍ବୋରଗିନି ଉରୁସୁ ମଡେଲ କାରର ସ୍ପେଶାଲ ନମ୍ବର ପ୍ଲେଟ ପାଇଁ ୪୬ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କେରଳର ଏକ ଆଇଟି କଂପାନୀର ସିଇଓ ୟୁନିକ ରେଜିଷ୍ଟ୍ରେସନ ନମ୍ବରକୁ ୪୬ ଲକ୍ଷ ଟଙ୍କାର ଅକ୍ସନରେ ହାତେଇଛନ୍ତି । ଲିଟମସ ୭ ସିଷ୍ଟମସ କନସଲଟିଂ ପ୍ରାଇଭେଟ ଲିମିଟେଡର ସିଇଓ ବେଣୁ ଗୋପାଳକ୍ରିଷ୍ଣନ ୪ କୋଟି ଟଙ୍କାରେ ଲମ୍ବୋରଗିନି ଉରୁସୁ କାର କିଣିଥିଲେ । ଏଥିପାଇଁ ରେଜିଷ୍ଟ୍ରେସନ ନମ୍ବର KL 07DG 0007କୁ ହାସଲ କରିବା ପାଇଁ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା କେରଳରେ କୌଣସି ଫ୍ୟାନସିଂ ନମ୍ବର ପ୍ଲେଟ ପାଇଁ ସର୍ବାଧିକ ଟଙ୍କା ବୋଲି ଜଣାପଡ଼ିଛି । ମୋଟର ଭେହିକିଲ ଡିପାର୍ଟମେଣ୍ଟ ପକ୍ଷରୁ ଏହି ଫ୍ୟାନସି ନମ୍ବର ପାଇଁ ଅକ୍ସନ ହୋଇଥିଲ । ପରେ ବେଣୁ ଗୋପାଳକ୍ରିଷ୍ଣନ ନିଜର ଲମ୍ବୋରଗିନି ଉରୁସୁ କାରର ଭିଡିଓ ପୋଷ୍ଟ କରି କେରଳର ଏହା ପ୍ରଥମ କାର ବୋଲି ଦର୍ଶାଇଛନ୍ତି । ବେଣୁଙ୍କର ଗାଡ଼ି ପ୍ରତି ଅତ୍ୟଧିକ ସଉକ ରହିଛି । ତାଙ୍କ ପାଖରେ ବହୁ ସୁପର କାର ଓ ବାଇକ ରହିଛି । ନିକଟରେ ସେ ଏକ ଲମ୍ବୋରଗିନି ହୁରାକାନ ଷ୍ଟେରାଟୋ ଏବଂ BMW M 1000 XR ବାଇକ କିଣିଛନ୍ତି ।
Also Read : କର୍ଣ୍ଣାଟକରୁ ଆସିଲା ଭୟଙ୍କର ଦୁର୍ଘଟଣା, ଖାଲରେ ଖସି ଘର ଉପରେ ଚଢିଗଲା ବସ୍