ସହିପାରିଲେନି ଲୋକଙ୍କ କଥା, ସର୍ଜରୀ କରିବାର କିଛି ଦିନ ପରେ ଡାକ୍ତର କଲେ ଆତ୍ମହତ୍ୟା

ନିଜ ବାଥରୁମରେ ‘Sorry’ ଲେଖି ଜଣେ ଡାକ୍ତର ହାରିଦେଇଛନ୍ତି ନିଜ ଜୀବନ। କେରଳର କୋଲ୍ଲମ ଜିଲ୍ଲାରେ ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। କିଛି ଦିନ ପୂର୍ବରୁ ସର୍ଜରୀ ସମୟରେ ଜଣେ ୭ ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା। ଯାହାପରେ ସୋସିଆଲ ମିଡିଆରେ ହଙ୍ଗାମା ମଚିଥିଲା ଆଉ ଲୋକମାନେ ସିଧା ଟାର୍ଗେଟ କରିଥିଲେ ସର୍ଜରୀ କରୁଥିବା ଡାକ୍ତରଙ୍କୁ। ଆଉ ଶେଷରେ ସରି କହି ଜୀବନ ହାରିଦେଲେ ଏହି ଡାକ୍ତର ବାବୁ ଜଣଙ୍କ।

ନିଜର ହସପିଟାଲ ଚଲାଉଥିବା ୩୫ ବର୍ଷିୟ ଅର୍ଥପେଡିକ ସର୍ଜନ ଡାକ୍ତର ଅନୂପ କ୍ରିଷ୍ଣାଙ୍କର ମୃତ୍ୟୁରେ ଡାକ୍ତର ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ୨୩ ସେପ୍ଟେମ୍ବରରେ ଜଣେ ସାତ ବର୍ଷର ଶିଶୁକୁ ଆଣ୍ଠୁ ସର୍ଜରୀ ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅନୂପ ନିଜେ ଏହି ଅପରେସନର ଲିଡ୍‌ କରୁଥିଲେ। ସର୍ଜରୀ ସମୟରେ ପିଲାଟିକୁ କାର୍ଡିୟାକ ଆରେଷ୍ଟ ହେବା କାରଣରୁ ତାର ଅବସ୍ଥା ଗମ୍ଭୀର ହୋଇ ତାର ମୃତ୍ୟୁ ହୋଇଗଲା। ତେବେ ମୃତ୍ୟୁ ପରେ ପରିବାର ହସପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କଲେ। ଥାନାରେ ମେଡିକାଲର ଅବହେଳା କେସ୍‌ ମଧ୍ୟ ରୁଜୁ ହେଲା।

ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କଲେ ଏବଂ ଅନ୍ୟ ଲ୍ୟାବକୁ ପୋଷ୍ଟମର୍ଟମ ପାଇଁ ଦିଆଗଲା। ରିପୋର୍ଟ ଆସିବା ଅପେକ୍ଷାରେ ଥିଲା କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ଲୋକ ଡାକ୍ତର ଅନୂପଙ୍କୁ ଶିଶୁ ମୃତ୍ୟୁର ଦୋଷୀ ବୋଲି କହିଲେ। ଯାହାପରେ ଲୋକଲଜ୍ଜାକୁ ସହିନପାରି ଡାକ୍ତର ଜଣଙ୍କ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ନେଇଗଲେ।

Leave A Reply

Your email address will not be published.