ମତ୍ସ୍ୟଜୀବୀଙ୍କ ଜାଲରେ ଫସିଲା ସମୁଦ୍ରର ସବୁଠାରୁ ବଡ ମାଛ, ଆକାର ଏତେ ବୃହତ ଯେ ୧୦ ଜଣ ଲୋକଙ୍କୁ ମାରିପାରିବ ଏକାସାଥିରେ
କେରଳରେ ଏକ ସମୂହ ମତ୍ସ୍ୟଜୀବୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ମତ୍ସ୍ୟଜୀବୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହି ଭାଇରାଲ ହେଉଥିବା ଭିଡିଓରେ ଧିବରମାନେ ଏକ ବିରାଟ ବଡ ଶାର୍କ ମାଛକୁ ସମୁଦ୍ରରେ ଧରିଥିଲେ ଏବଂ ପୁଣି ତାକୁ ସମୁଦ୍ରରେ ଛାଡିଦେଉଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଛି, ଯେଉଁଥିରେ କିଛି ମତ୍ସ୍ୟଜୀବୀ ଜାଲରେ ପଡିଥିବା ହେ୍ଵଲ ଶାର୍କ (Whale Shark)କୁ ବାହାର କରି ପୁଣି ତାକୁ ପାଣିରେ ଛାଡିଥିବା ଦେଖିବାକୁ ମିଳିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହେ୍ଵଲ ଶାର୍କ (Whale Shark) ସମୁଦ୍ରରେ ସବୁଠାରୁ ବଡ ମାଛ ଅଟେ ଏବଂ ଏହାର ଲମ୍ବ ୪୦ ଫୁଟ ପର୍ଯ୍ୟନ୍ତ ଅଟେ। ଭିଡିଓରେ ଏହି ମାଛର ଉପରି ଭାଗରେ ଧଳା ଦାଗ ରହିଥିବା ନଜର ଆସିଛି। ଅନ୍ତରାଷ୍ଟ୍ରୀୟ ସଂଘରେ ବିଲୁପ୍ତ ହୋଇଯାଉଥିବା ପ୍ରଜାତିରେ ଏହି ହେ୍ଵଲ ଶାର୍କ ମାଛର ନାମ ସାମିଲ ରହିଛି।
ସେୟାର କରାଯାଇଥିବା ଭିଡିଓରେ ୭ ଜଣ ମତ୍ସ୍ୟଜୀବୀ ଏକାସାଥିରେ ହେ୍ଵଲ ଶାର୍କକୁ ରସି ସାହାଯ୍ୟରେ ପାଣିରେ ଛାଡୁଥିବା ଦେଖିବାକୁ ମିଳୁଛି। ତେବେ ଆପଣ ଏହି ମାଛକୁ ଦେଖି ନିହାତି ଭାବରେ ଜାଣିପାରୁଥିବେ ଯେ ଏହି ମାଛର ଆକାର କେତେ ବଡ, ଦେଖନ୍ତୁ ଭିଡିଓ
Fishermen from Kozhikode, #Kerala release an Endangered #WhaleShark. Respect! We should celebrate their actions. Please RT! Make them Heroes!@dhanyarajendran @Advaidism @jamewils @vivek4wild @wti_org_india @BittuSahgal @SanctuaryAsia @SwatiWild @GargiRawat @bahardutt @rickykej pic.twitter.com/uRz9eqPgG9
— InSeason Fish (@InSeasonFish) January 28, 2020