ଦେଶ ବିଦେଶ

କମିଲା ତେଲ ଦର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା ରାଜସ୍ଥାନ-କେରଳ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ନିଷ୍ପତ୍ତିରେ ଦେଶର ସାଧାରଣ ଜନତାଙ୍କୁ ଲାଭ ପହଞ୍ଚାଇବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଦର ୯ଟଙ୍କା ୫୦ ପଇସା ଲିଟର ପିଛା ଓ ଡିଜେଲ ଦର ଲିଟର ପିଛା ୭ ଟଙ୍କା ହ୍ରାସ ଆସିବ । କିନ୍ତୁ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟମାନଙ୍କର ଦାୟିତ୍ୱ ବଢ଼ିଯାଇଛି । କାରଣ ରାଜ୍ୟ ସରକାରମନଙ୍କ ଉପରେ ପେଟ୍ରୋଲ-ଡିଜେଲ ଉପରେ ଭ୍ୟାଟ ହ୍ରାସ କରିବାକୁ ନେଇ ଚାପ ବଢ଼ିଯାଇଛି ।

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ପରେ କେରଳ ଓ ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ରାଜ୍ୟ ଟିକସ ହ୍ରାସ କରିଛନ୍ତି। କେରଳ ଅର୍ଥମନ୍ତ୍ରୀ କେ.ଏନ୍ ବାଲାଗୋପାଲ ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୧ ଟଙ୍କା ଏବଂ ଡିଜେଲ ଉପରେ ୧.୩୬ ଟଙ୍କା ହ୍ରାସ କରିଛନ୍ତି। ବର୍ତ୍ତମାନ କେରଳରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୭ .୧୭ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୩.୯୩ ଟଙ୍କା ରହିଛି। ସେହିପରି ରାଜସ୍ଥାନ ସରକାର ମଧ୍ୟ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ଥି ଦେବା ପାଇଁ ଭ୍ୟାଟ ହ୍ରାସ କରିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋ ଟୁଇ୍‌ଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ପେଟ୍ରୋଲ-ଡିଜେଲର ଦର ହ୍ରାସ ପରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୧.୧୬ ଟଙ୍କା ଲିଟର ପିଛା ଭ୍ୟାଟ କମ କରିଛନ୍ତି । ରାଜ୍ୟରେ ଏବେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୪୮ ପଇସା ଓ ଡିଜେଲ ୭ଟଙ୍କା ୧୬ ପଇସା ଲିଟର ପିଛା ଶସ୍ତା ହେବ ।

ଖବର ମୁତାବକ ଇନ୍ଧନ ବ୍ୟତୀତ ଯେଉଁମାନେ ଗ୍ୟାସ ସିଲିଣ୍ଡର କିଣୁଛନ୍ତି ସେମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଅଶ୍ଵସ୍ତି ଦେଇଛନ୍ତି ଏବଂ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଜ୍ଜ୍ୱଳା ଯୋଜନା ଘୋଷଣା କରି ନିର୍ମଳା ସୀତାରମଣ କହିଛନ୍ତି, “ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଆମେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବୁ। ଏହା ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ କରିବ।”

ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଯେ ପିଏମ ମୋଦୀ କେନ୍ଦ୍ରକୁ ଆସିବା ଦିନଠାରୁ ଆମେ ଗରୀବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ କିଛି ପଦକ୍ଷେପ ନେଇଛୁ। ଏହାର ଫଳାଫଳ ସାମ୍ନାକୁ ଆସିଛି ଯେ ଆମର କାର୍ଯ୍ୟକାଳ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ପୂର୍ବ ସରକାରଙ୍କ ତୁଳନାରେ କମ୍ ରହିଛି। ସେ କହିଛନ୍ତି ଯେ ଏହି ସମୟରେ ଦୁନିଆ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ବିଶ୍ୱ କରୋନା ମହାମାରୀରୁ ସୁସ୍ଥ ହେଉଥିବାବେଳେ ୟୁକ୍ରେନ ସଙ୍କଟ ଦେଖାଦେଇଥିଲା, ଯାହା ଫଳରେ ଅନେକ ଦେଶରେ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ସଙ୍କଟ ଦେଖାଦେଇଛି ।

 

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago