‘ଅପରେସନ ରେସ୍କ୍ୟୁ ବାବୁ’: ୩ ଦିନ ଧରି ପାହାଡରେ ସନ୍ଧିରେ ଫସିଥିବା ଯୁବକ ସୁରକ୍ଷିତ ଭାବେ ଉଦ୍ଧାର କଲା ଭାରତୀୟ ସେନା

କେରଳରେ ତିନି ଦିନ ଥରି ପାହାଡ଼ ସନ୍ଧିରେ ଫସି ରହିବା ପରେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ସେନା ଓ ବାୟୁସେନାଙ୍କ ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ଏକ ଦଉଡି ସହାୟତାରେ ପାହାଡ଼ ସନ୍ଧିରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଗଲା । ପାରାଚ୍ୟୁଟ ରେଜିମେଣ୍ଟ ଓ ମାଡ୍ରାସ ରେଜିମେଣ୍ଟ ଦୁଇଟି ଟିମ୍‌ ଉଦ୍ଧାର କରିଥିଲେ। ସହାୟତା ପୂର୍ବକ ଏକ ଦଉଡ଼ି ଜରିଆରେ ଯୁବକଙ୍କୁ ଉପରକୁ ଟଣାଯାଇଥିଲା ।

କେରଳରେ ତିନି ତଳେ ଟ୍ରେକିଂରେ ଯାଇଥିବା ବାବୁ ନାମକ ଯୁବକଙ୍କ ଗୋଡ ଖସିଯାଇଥିଲା। ଫଳରେ ବିନା ଖାଦ୍ୟ ଓ ପାଣିରେ ଜଣେ ୨୩ ବର୍ଷିୟ ଯୁବକ ଦୁଇଟି ପାହାଡ଼ ସନ୍ଧିରେ ଫସିଯାଇଥିଲେ । ଶେଷରେ ଆଜି ସକାଳେ ତାଙ୍କୁ ଯବାନ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସୂଚନା ଯେ, କେରଳର ପାଲକ୍କଡ୍ ଜିଲ୍ଲାରେ ଥିବା ଏକ ପାହାଡ଼କୁ ବାବୁ(୨୩) ନାମକ ଜଣେ ଯୁବକ ଟ୍ରେକିଂରେ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯିବା ଫଳରେ ଦୁଇଟି ପାହାଡ଼ ମଝିରେ ସେ ଫସିଯାଇଥିଲେ ।

ବାବୁ ଖସି ପଡିବା ପରେ ତାଙ୍କ ସାଙ୍ଗରେ ଯାଇଥିବା ଦୁଇ ବନ୍ଧୁ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହୋଇନଥିଲେ। ତା’ ପରେ ସେମାନେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ। ସୋମବାର ରାତି ପର୍ଯ୍ୟନ୍ତ ସଫଳତା ନ ମିଳିବା ପରେ ଭାରତୀୟ ସେନା ଓ ବାୟୁସେନାର ସାହାଯ୍ୟ ନେଇଥିଲେ। ବାବୁଙ୍କ ଉଦ୍ଧାର କାର୍ଯ୍ୟ ପାଇଁ NDRF ଟିମ୍‌ ମଧ୍ୟ ଯୋଗ ଦେଇଥିଲା। ପାହାଡ ଉପରେ ଚଢି ଯୁବକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା, ତେଣୁ ହେଲିକପ୍ଟର ସାହାଯ୍ୟ ନିଆଯାଇଥିଲା। ତା’ ପରେ ମଧ୍ୟ ସଫଳତା ମିଳିନଥିଲା।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ଯୁବକଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ସେନାର ସହାୟତା ନିଆଯାଇଥିଲା।

ପ୍ରାୟ ଦୁଇ ଧରି ବାବୁ ବିନା ଖାଦ୍ୟ ଓ ପାଣିରେ ପାହାଡ଼ ସନ୍ଧିରେ ବସି ରହିଥିଲେ । ସୋମବାର ଦିନ ସେ ନିଜ ସାଙ୍ଗ ମାନଙ୍କ ସହିତ କୁରୁମବାଚି ହିଲ୍ସକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା ।

Leave A Reply

Your email address will not be published.