କେରଳରେ ବଡ଼ ଧରଣର ଅଘଟଣ: ମନ୍ଦିରରେ ଆତସବାଜି ବେଳେ ଦୁର୍ଘଟଣା, ୧୫୦ରୁ ଅଧିକ ଗୁରୁତର

କେରଳରେ ବଡ଼ ଧରଣର ଅଘଟଣ ଘଟିଛି । ନିଆଁ ଲାଗି ୧୫୦ରୁ ଅଧିକ ଆହତ ଓ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ କାସରଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁର ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲେ । ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା । ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ ।
Kerala: Massive explosion reported from a Fire work storage of a temple in Kasargod, Explosion took place during a temple festival leaving more than 150 people injured.
The incident took place at around 12.30 am during the annual Kaliyattam festival at the Anjootambalam… pic.twitter.com/Guvo1GYIrc
— Pinky Rajpurohit 🇮🇳 (@Madrassan_Pinky) October 29, 2024
ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭ ର୍ତ୍ତି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେରଳ ପୁଲିସ ଏକ ଏଫଆଇଆର୍ ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି ।