ଅଳ୍ପକେ ବର୍ତ୍ତିଗଲା ବାପା ପୁଅଙ୍କ ଜୀବନ, ପୁଅର ଜୀବନ ବଞ୍ଚାଇବା ପାଇଁ ସ୍କୁଟିକୁ ଛାଡ଼ିଦେଲା ବାପା

ରାସ୍ତାକଡ଼ରେ ସ୍କୁଟି ରଖି ତା ଉପରେ ବସିଥିଲେ ବାପ-ପୁଅ । ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା । ଯାହାକୁ ଦେଖିବା ପରେ ଭୟରେ ବାପା ପୁଅ ସ୍କୁଟିକୁ ଛାଡିଦେଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, କେରଳରେ ଜଣେ ବ୍ୟକ୍ତି ସ୍କୁଟି ଉପରେ ପୁଅକୁ ଧରି ବସିଥିଲେ । ହଠାତ୍ ସ୍କୁଟି ତଳୁ ନିଆଁ ଲାଗିଯାଇଥିଲା । ପ୍ରଥମେ ବ୍ୟକ୍ତି ଜଣକ କିଛି ବୁଝିପାରିନଥିଲେ, କିନ୍ତୁ ନିଆଁ ଦେଖିବା ପରେ ସ୍କୁଟିକୁ ଛାଡି ପୁଅକୁ ଧରି ଓହ୍ଲାଇପଡିଥିଲେ । ଆଉ କୁନି ପୁଅଟି ଓହ୍ଲାଇ ଦୌଡ଼ି ପଳାଉଥିବା ବେଳେ ବାପା ଓହ୍ଲାଇ ସ୍କୁଟିରେ ଥିବା ଏକ ବ୍ୟାଗ୍କୁ କାଢ଼ି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ ଉକ୍ତ ବ୍ୟାଗରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହା ଦେଖି ଆଖପାଖରୁ ଲୋକ ଦୌଡ଼ି ଆସିଲେ । କିଛି ଲୋକ ପାଣି ବାଲଟି ଧରି ଦୌଡ଼ି ଆସିଲେ । କିଛି ସମୟ ପରେ ସ୍କୁଟିରୁ ନିଆଁ ଲିଭିଯାଇଥିଲା ।

ଏହି ଘଟଣାର ଭିଡିଓଟି @Autokabeer ନାମକ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ହୋଇଛି । ଭିଡିଓ ଦେଖିବା ପରେ ୟୁଜରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବାବେଳେ ଯେଉଁମାନେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି।

Also Read : ମିଆଁମାର ଭୂକମ୍ପ : ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା, ବଢୁଛି ଆହତଙ୍କ ସଂଖ୍ୟା