ଦେଶ ବିଦେଶ

ଦେଶର ପ୍ରଥମ ସାନିଟାରୀ-ନାପକିନ୍ ଫ୍ରି ଗ୍ରାମ ହେବାକୁ ଯାଉଛି କେରଳର କୁମ୍ବାଲାଙ୍ଗି,ଏହା ପୂର୍ବରୁ ଥିଲା ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ

ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ ଭାବରେ ପ୍ରଶଂସିତ ହୋଇଥିବା କୁମ୍ବାଲାଙ୍ଗି ବର୍ତ୍ତମାନ ଦେଶର ପ୍ରଥମ ସାନିଟାରୀ-ନାପକିନ୍ ମୁକ୍ତ ପଞ୍ଚାୟତ ହେବାକୁ ଯାଉଛି । ଏର୍ନାକୁଲମ୍ ଜିଲ୍ଲାର ଏହି ଗ୍ରାମ ଦେଶର ସର୍ବପ୍ରଥମ ସାନିଟାରୀ ନାପକିନ୍ ମୁକ୍ତ ଗ୍ରାମ ହେବ । ଏହି ସଫଳତା ପଛରେ ରହିଛି, ଏର୍ନାକୁଲମ୍ ନିର୍ବାଚନମଣ୍ଡଳୀରେ ଚାଲିଥିବା ଏକ ନିଆରା ଅଭିଯାନର । ଏହି ନିର୍ବାଚନମଣ୍ଡଳୀରେ ‘ଆଭାଲକାଇ’ ଶୀର୍ଷକ ଦ୍ୱାରା ଏହି ପଦକ୍ଷେପ କାର୍ଯ୍ୟକାରୀ ହେଉଛି ବୋଲି ସାଂସଦ ହିବି ଇଡେନ କହିଛନ୍ତି । ‘ଆଭାଲକାଇ’ ଅର୍ଥ ହେଉଛି ‘ଫର ହର’ ।
ଏହା ଛଡା ଏଚଏଲଏଲ ମ୍ୟାନେଜମେଣ୍ଟ ଏକାଡେମୀର ‘ଥିଙ୍ଗାଲ’ ଯୋଜନା ଏବଂ ଭାରତୀୟ ତୈଳ ନିଗମ ସହିତ ଟାଇ-ଅପ୍ ପରେ ଏପରି ଏକ ଭଲ ଯୋଜନା ହୋଇପାରିଛି । ଯାହା ମହିଳାଙ୍କ ମଙ୍ଗଳ ପାଇଁ କରାଯାଇଛି ।

Picture Credit -Kerala Tourism

ତେବେ ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ମୋଟ ୫, ୦୦୦ ମେନ୍ଶ୍ଟ୍ରୁଆଲ କପ ବଣ୍ଟନ କରାଯିବ ବୋଲି ଇଡେନ କହିଛନ୍ତି। କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗୁରୁବାର ଦିନ ପଞ୍ଚାୟତକୁ ନାପକିନ୍ ମୁକ୍ତ ବୋଲି ଘୋଷଣା କରିଛନ୍ତି। ତେଣୁ ଏହି ଗ୍ରାମ ଭାରତର ପ୍ରଥମ ଗ୍ରାମ ହେବ ଯିଏକି ସାନିଟାରୀ ନ୍ୟାପକିନ ଫ୍ରି ରେ ମହିଳାଙ୍କୁ ଦେବ କିନ୍ତୁ ଏହି ଗାଁ ଅନ୍ୟ ଏକ ବଡ ସଫଳତା ହାସଲ କରିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟପାଳ, କୁମ୍ବାଲାଙ୍ଗୀଙ୍କୁ ଭାରତର ପ୍ରଥମ ମଡେଲ ପର୍ଯ୍ୟଟନ ଗ୍ରାମ ବୋଲି ଘୋଷଣା କରିଛନ୍ତି।

ତେବେ ଏହା ଭାରତର ପ୍ରଥମ ମଡେଲ ଗ୍ରାମ ମଧ୍ୟ ଯାହାକି ପ୍ରଧାନ ମନ୍ତ୍ରୀ ସନ୍ସଦ ଆଦର୍ଶ ଗ୍ରାମ ଯୋଜନା (SAGY) ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି । ତେବେ କୁମ୍ବାଲାଙ୍ଗି ହେଉଛି ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ। ୨୦୦୩ ମସିହାରେ, କେରଳ ସରକାର ମଡେଲ ଗ୍ରାମ ପ୍ରକଳ୍ପ ଭାବରେ ଅନେକ ଗ୍ରାମକୁ ଚୟନ କରିବାବେଳେ କୁମ୍ବାଲାଙ୍ଗି ପ୍ରଥମ ଚୟନ ଭାବେ ବାଛିଥିଲେ। ଏହାର ସୌନ୍ଦର୍ଯ୍ୟ ଦେଖି ଏହାକୁ ଭାରତର ପ୍ରଥମ ମଡେଲ ଗ୍ରାମ ବୋଲି ଘୋଷଣା କରାଯାଇଛି । ଏହି ଗାଁରେ ପ୍ରାୟ ୧,୨୦,୦୦୦ ଲୋକ ବସବାସ କରୁଛନ୍ତି। ସେମାଙ୍କ ମଧ୍ୟରୁ ଅନେକଙ୍କ ବୃତ୍ତି ହେଉଛି ମାଛଚାଷ, କୃଷିକାର୍ଯ୍ୟ, ଶ୍ରମିକ ଇତ୍ୟାଦି।

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

13 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago