‘ପୀଡ଼ିତା ଆପତ୍ତିଜନକ ଡ୍ରେସ୍ ପିନ୍ଧିଥିଲେ’ କହି ଅଭିଯୁକ୍ତକୁ ଆଗୁଆ ଜାମିନ୍ ଦେଲେ କୋର୍ଟ

କେରଳ : କେରଳର ଏକ କୋର୍ଟ ଆଜି ବୁଧବାର ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ଲେଖକ ତଥା ସାମାଜିକ କର୍ମୀ ସିବିକ୍ ଚନ୍ଦ୍ରନଙ୍କୁ ଆଗୁଆ ଜାମିନ୍ ଦେଇଛନ୍ତି। କୋର୍ଟ କହିଛନ୍ତି ଆଇପିସି ଧାରା ୩୫୪ଏ ଅନୁସାରେ, ମହିଳା ଯୌନ ଆପତ୍ତିଜନକ ଡ୍ରେସ୍ ପିନ୍ଧିଥିଲେ, ପ୍ରଥମ ଭୁଲକୁ ଅପରାଧ ବୋଲି କୁହାଯିବନି। ସୂଚନା ମୁତାବକ, ଅଭିଯୁକ୍ତ ଜାମିନ୍ ଆବେଦନ ବେଳେ ମହିଳାଙ୍କ ଫଟୋ ମଧ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ।
ଏହା ପରେ କୋଝିକୋଡ୍ ସେସନ୍ କୋର୍ଟ ଆଦେଶରେ କହିଥିଲେ, ଅଭିଯୁକ୍ତ ଜାମିନ୍ ଆବେଦନ ବେଳେ ଯେଉଁ ଫଟୋ ଉପସ୍ଥାପନ କରିଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରକୃତରେ ଅଭିଯୋଗକାରୀ ଯୌନ ଉତ୍ତେଜକ ଡ୍ରେସ୍ ପିନ୍ଧିଥିଲେ। ଏଭଳି ସ୍ଥିତିରେ ଆଇପିସିର ଧାରା ୩୫୪ଏ ଅନୁସାରେ, ପ୍ରଥମ ଭୁଲ ଅଭିଯୁକ୍ତଙ୍କ ବିରୋଧରେ ଯିବ ନାହିଁ।
Kerala | Sexual harassment will not prima facie stand when the complainant was wearing a dress that was sexually provocative – Kozhikode Sessions Court observed while granting bail to activist Civic Chandran in a sexual harassment case, on 12th August. (1/2)
— ANI (@ANI) August 17, 2022
କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଶାରୀରିକ ଭାବେ ଅକ୍ଷମ ୭୪ ବର୍ଷୀୟ ଅଭିଯୁକ୍ତ କେମିତି ଯୁବ ଅଭିଯୋଗକାରିଣୀଙ୍କୁ ଜବରଦସ୍ତି କୋଳରେ ବସାଇ ତାଙ୍କ ସ୍ତନକୁ ଅଶ୍ଳୀଳ ଢଙ୍ଗରେ ସ୍ପର୍ଶ କରିପାରିବ। କୋର୍ଟଙ୍କ କହିବାନୁସାରେ, ଜଣେ ବୟସ୍କ ବ୍ୟକ୍ତି ଏଭଳି କରିବାକୁ ସମର୍ଥ ନୁହେଁ। ପ୍ରକାଶ ଯେ ଧାରା ୩୫୪ଏରେ ଯୌନ ଉତ୍ପୀଡ଼ନ ଓ ତାହାର ଦଣ୍ଡ ବିଷୟରେ ଉଲ୍ଲେଖ ରହିଛି।
କ’ଣ ରହିଛି ମାମଲା:
ସୂଚନା ମୁତାବକ, ଜଣେ ଯୁବ ମହିଳା ଲେଖିକା ଚନ୍ଦ୍ରନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଲେଖିକା ଅଭିଯୋଗ କରିଥିଲେ ଯେ ଫେବ୍ରୁଆରୀ ୨୦୨୨ରେ ସିବିକ୍ ଚନ୍ଦ୍ରନ ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିଲେ। ସେ ତାଙ୍କୁ ହଇରାଣ କରୁଥିବା ନେଇ ମଧ୍ୟ ଲେଖିକା ଅଭିଯୋଗ ଆଣିଥିଲେ।
Also Read: ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜସ୍ମିନ୍ ଭସିନ୍, ମହେଶ ଭଟ୍ଟଙ୍କ ସହ ଆରମ୍ଭ କରିବେ ସିନେ କ୍ୟାରିୟର