କେବଳ ଆର୍ଥିକ ନୁହେଁ ଯେକୌଣସି ଉପାୟରେ ମଧ୍ୟ କରିହେବ ସାହାଯ୍ୟ, କ୍ୟାନସର ରୋଗୀ ମାନଙ୍କ ପାଇଁ ମହିଳା ପୋଲିସ ନିଜକୁ କଲେ ଲଣ୍ଡା

ଦେଶରେ ପ୍ରତିଦିନ ପ୍ରାୟ ଅନେକ ଲୋକ କ୍ୟାନସର ଭଳି ଏକ ଭୟଙ୍କର ରୋଗରେ ପୀଡିତ ହେଉଛନ୍ତି । କ୍ୟାନସର ରୋଗୀକୁ ସାହାଯ୍ୟ କରିବାର ସାମର୍ଥ୍ୟ ପ୍ରାୟ ସମସ୍ତଙ୍କର ରହିନଥାଏ । କୁହାଯାଏ ଇଛାଥିଲେ ଉପାୟ ଆପେଆପେ ମିଳେ । ଯଦି ଆପଣ କାହାକୁ ସାହାଯ୍ୟ କରିବାକୁ ଚାଁହୁଛନ୍ତି ତାହେଲେ ଆପଣ କେବଳ ଧନୀ ହୋଇଥିଲେ ଯେ ସାହାଯ୍ୟ କରିପାରିବେ ତା ନୁହେଁ କାରଣ ଏପରି କିଛି କରି ଦେଖାଇଛନ୍ତି ଜଣେ ମହିଳା । ଯିଏକି ଭିନ୍ନ ଭାବେ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଯାଇଛନ୍ତି । କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ କେରଳ ପୋଲିସର ୪୪ ବର୍ଷୀୟା ଜଣେ ମହିଳା କର୍ମଚାରୀ ନିଜର ଲମ୍ବା କେଶକୁ କାଟି ଦାନ କରିଦେଇଛନ୍ତି । ତାଙ୍କର ଏହି କାର୍ଯ୍ୟ କଲେଜରେ ପାଢୁଥିବା ଯୁବତୀ ମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି । ବରିଷ୍ଠ ସିଭିଲ ପୋଲିସ ଅଧିକାରୀ ଅପର୍ଣ୍ଣା ଲବକୁମାର କହିଛନ୍ତି ଯେ ସେ କୌଣସି ପରିବର୍ତ୍ତନ ପାଇଁ ନୁହେଁ ବରଂ କ୍ୟାନସର ସହ ଲଢେଇ କରୁଥିବା ପିଲାମାନଙ୍କ ଜୀବନରେ ଖୁସି ଆଣିବା ପାଇଁ ଏପରି କରିଛନ୍ତି ।

ଦୁଇ ମାସ ତଳେ ଅପର୍ଣ୍ଣା ତ୍ରିଶୁରର ଏକ ବ୍ୟୁଟି ପାର୍ଲରରେ ନିଜର କେଶକୁ କାଟି ସମ୍ପୂର୍ଣ ଭାବେ ଲଣ୍ଡା ହୋଇଯାଇଥିଲେ ଏବଂ ନିଜର କେଶକୁ ସେ ତ୍ରିଶୁରର କ୍ୟାନ୍ସର ରିସର୍ଚ୍ଚ ସେଣ୍ଟରରେ ଦାନ କରିଦେଇଥିଲେ ଯେଉଁଠି କ୍ୟାନସର ରୋଗୀ ମାନଙ୍କ ପାଇଁ ୱିଗ(ନକଲି କେଶ) ପ୍ରସ୍ତୁତ କରାଯାଇ ମାଗଣାରେ ଦିଆଯାଇଥାଏ । ସେ କହିଥିଲେ ଯେ ଗରିବ କ୍ୟାନସର ରୋଗୀ ଯେଉଁମାନଙ୍କର କେଶ ବିକିରଣ ବା କେମୋଥେରାପି ଦ୍ୱାରା ସମ୍ପୂର୍ଣ୍ଣ ଚୁଟି ଝଡି ଯାଇଥାଏ ସେମାନଙ୍କ କ୍ଷେତ୍ରରେ ପ୍ରାକୃତିକ କେଶରେ ତିଆରି କରାଯାଇଥିବା ୱିଗ କିଣିବାର କ୍ଷମତା ନଥାଏ ଓ କୃତ୍ରିମ ୱିଗ ଦ୍ୱାରା ଅନେକ ରୋଗୀଙ୍କର ଆଲର୍ଜି ମଧ୍ୟ ହୋଇଥାଏ । ଦୁଇଟି ପିଲାର ମା ଅପର୍ଣ୍ଣା କହିଛନ୍ତି ସେ ସ୍କୁଲରେ କ୍ୟାନ୍ସର ପୀଡିତ ଏକ ପିଲାକୁ ଦେଖିଥିଲେ ଯାହାର କେମୋ ଚିକିତ୍ସା ପାଇଁ ସମସ୍ତ ଚୁଟି ଝଡି ଯାଇଥିଲା । ତାକୁ ଦେଖି ଅପର୍ଣ୍ଣା ନିଜର କେଶ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାସହ ପଢନ୍ତୁ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଚକଲେଟ ଭାବି ଖାଇଦେଇଥିଲା ଏପରି ଜିନିଷ, ଆଉ ତାପରେ..

ଅପର୍ଣ୍ଣା ୭୦ ସେଣ୍ଟିମିଟରର ନିଜ କେଶ କାଟିବା ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ଅନୁମତି ନେଇଥିଲେ । ସେ ଯେଉଁ ବ୍ୟୁଟି ପାର୍ଲରରେ ନିଜର କେଶ କାଟିଥିଲେ ଓ ସେଠାରେ କେହିଜଣେ ଭିଡିଓ ବନାଇ ଏହାକୁ ସୋସିଆଲ ମିଡ଼ିଆରେରେ ଭାଇରଲ କରିଦେଇଥିଲେ । ପ୍ରଥମରୁ ବିଧବା ହୋଇସାରିଥିବା ଅପର୍ଣ୍ଣା କହିଛନ୍ତି ମୁଁ କୌଣସି ଜଣେ ବଡ଼ ଧନୀ ଲୋକ ନୁହେଁ । ଗରିବ କ୍ୟାନସର ରୋଗୀ ମାନଙ୍କ ମୁଁହରେ ହସ ଆଣିବା ପାଇଁ ମୋ ପାଖରେ ଏହା ଏକମାତ୍ର ରାସ୍ତା ରହିଥିଲା । ଏହାସହିତ ସେ କହିଛନ୍ତି ଏହାଦ୍ୱାରା କଲେଜରେ ପାଠ ପଢ଼ୁଥିବା ଝିଅମାନେ ବହୁତ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଠାରୁ ମୋତେ ବହୁତ ଫୋନକଲ ମଧ୍ୟ ଆସୁଛି । ତେବେ ସେମାନଙ୍କ ପାଇଁ ମୋର ସନ୍ଦେଶ ହେଉଛି ମୋର ନକଲ ନକରି ନିଜର ସାମର୍ଥ୍ୟ ଅନୁସାରେ ସମାଜରେ ରହୁଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

8 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

21 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

22 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago