ଚୀନ୍‌ର ଧମକ ମଧ୍ୟରେ ତାଇଓ୍ଵାନ୍‌କୁ ବଡ଼ ଝଟ୍‌କା, ମିଳିଲା ମିସାଇଲ ଉତ୍ପାଦନକୁ ଲିଡ୍‌ କରୁଥିବା ଅଧିକାରୀଙ୍କ ମୃତଦେହ

ଚୀନ୍‌ର ଯୁଦ୍ଧଭ୍ୟାସ ମଧ୍ୟରେ ତାଇଓ୍ଵାନ୍‌ର ଜଣେ ବରିଷ୍ଠ ମିସାଇଲ ପ୍ରଡକ୍ସନ୍‌ ଅଧିକାରୀଙ୍କ ମୃତ ଦେହ ଏକ ହୋଟେଲରୁ ଉଦ୍ଧାର ହୋଇଛି। ଦକ୍ଷିଣ ତାଇଓ୍ଵାନର ଏକ ହୋଟେଲରୁ ଅଧିକାରୀଙ୍କ ମୃତଦେହ ମିଳିଛି। ଏ ନେଇ ତାଇଓ୍ଵାନ୍‌ ପୋଲିସ ସୂଚନା ଦେଇଛି। ତେବେ ଅଧିକାରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମୟରେ ତାଇଓ୍ଵାନ୍‌ ଚୀନ୍‌ର ଧମକ ଓ ସୈନ୍ୟ ଅଭ୍ୟାସ ଯୋଗୁ ଚିନ୍ତାରେ ରହିଛି। ଏହି ସ୍ଥିତିରୁ ଦେଶ କେମିତି ମୁକୁଳିବ, ସେ ନେଇ ତାଇଓ୍ଵାନ ସଂଘର୍ଷ କରୁଛି। ତାଇଓ୍ଵାନ୍‌ ଏବେ ନିଜ ସେନା, ମିସାଇଲ ସିଷ୍ଟମ୍‌, ସମୁଦ୍ରରେ ବୁଡ଼ା ଜାହାଜକୁ ସକ୍ରିୟ କରିଛି। ଏଥିସହ ଅନ୍ତର୍ଜାତୀୟ ସମୁଦାୟକୁ ଚୀନ୍‌ର ଏହି ତର୍କହୀନ ଓ ଦାୟିତ୍ୱହୀନ ପଦକ୍ଷେପକୁ ରୋକିବାକୁ ଆହ୍ଵାନ ଦେଇଛି।

ରିପୋର୍ଟ ମୁତାବକ, ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରାଳୟର ଅନୁସନ୍ଧାନ ଓ ବିକାଶର ବରିଷ୍ଠ ଅଧିକାରୀଙ୍କ ମୃତ ଦେହ ଶନିବାର ସକାଳୁ ଏକ ହୋଟେଲରୁ ମିଳିଛି। ମୃତ ଅଧିକାରୀଙ୍କ ନାଁ ଓ ୟାଙ୍ଗ୍‌ ଲି-ହସିଂ (Ou Yang Li-hsing)। ରିପୋର୍ଟରେ କୁହାଯାଇଛି ଯେ ଅଧିକାରୀଙ୍କ ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଓ ୟାଙ୍ଗ୍‌ ଲି-ହସିଂ ଦକ୍ଷିଣ କାଉଣ୍ଟିକୁ ବିଜନେସ୍‌ ଟୁର୍‌ରେ ଯାଇଥିଲେ। ସେ ଚଳିତବର୍ଷ ଆରମ୍ଭରେ ଏକାଧିକ ମିସାଇଲ ସଞ୍ଚାଳନର ଦାୟିତ୍ୱ ଗ୍ରହଣ କରିଥିଲେ।

ଚୀନ୍‌ର ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ତାଇଓ୍ଵାନ୍‌ ମିସାଇଲ ପ୍ରଡକ୍ସନ୍‌କୁ ବୃଦ୍ଧି କରିଛି। ତାଇଓ୍ଵାନ୍‌ର ମିସାଇଲ ଉତ୍ପାଦନକାରୀ ସଂସ୍ଥା ଏବେ ବାର୍ଷିକ ମିସାଇଲ ଉତ୍ପାଦନ କ୍ଷମତାକୁ ଦୁଇ ଗୁଣରୁ ଅଧିକ ବଢ଼ାଇ ପାଖାପାଖି ୫୦୦ କରିଛି।

Also Read: ଆଜି କିଟ୍‌କୁ ଆସୁଛନ୍ତି ଜଣାଶୁଣା ସାହିତ୍ୟିକ ଅନୀଲ ସ୍ୱରୂପ, ଆଲୋଚନାଚକ୍ରରେ କରିବେ ଅଂଶଗ୍ରହଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.