ଅଷ୍ଟ୍ରେଲିଆରେ ଖଲିସ୍ତାନୀଙ୍କ ଆତଙ୍କ, ତିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ : ଭିଡିଓ ଭାଇରଲ
ଅଷ୍ଟ୍ରେଲିଆରେ କିଛିଦିନ ପୂର୍ବରୁ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଉଛି। ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଏଥିରେ ୫ଜଣ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି ।
ବିଜେପି ନେତା ମନ୍ଜିନ୍ଦର୍ ସିଂହ ସିର୍ସା ସେୟାର କରିଥିବା ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ପତାକା ଧରିଥିବା ଦଳେ ଲୋକ ତିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରି ୫ଜଣଙ୍କୁ ଆହତ କରିଛନ୍ତି। ଉକ୍ତ ଖଲିସ୍ତାନୀ ସମର୍ଥକମାନେ ତିରଙ୍ଗା ପତାକାଧାରୀଙ୍କୁ ଛଡ଼ିରେ ଆକ୍ରମଣ କରୁଛନ୍ତି। ୨୫ ସେକେଣ୍ଡର ଭିଡିଓରେ ଖଲିସ୍ତାନୀ ସମର୍ଥକଙ୍କ କ୍ରୁରତା ଦେଖିବାକୁ ମିଳିଛି ।
ଭାରତୀୟମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭିକ୍ଟୋରିଆ ପୋଲିସ ସୂଚନା ଦେଇଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଆକ୍ରମଣରେ ଆହତ ହୋଇଥିବା ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
I strongly condemn anti India activities by pro Khalistani in Australia. Anti-social elements that are trying to disrupt the peace & harmony of the country with these activities, must be dealt with strongly and culprits must be brought to books.@ANI pic.twitter.com/xMMxNTQscc
— Manjinder Singh Sirsa (@mssirsa) January 29, 2023
ସୂଚନାଯୋଗ୍ୟ, ମେଲବର୍ଣ୍ଣରେ ଥିବା ଅଲବର୍ଟ ପାର୍କ ସ୍ଥିତ ଇସ୍କନ ମନ୍ଦିରରେ ଖଲିସ୍ତାନୀମାନେ ଭଙ୍ଗାରୁଜା କରିଥିଲେ । ଖଲିସ୍ତାନୀ ସମର୍ଥକ ମନ୍ଦିର କାନ୍ଥରେ ଖଲିସ୍ତାନୀ ଜିନ୍ଦାବାଦ ଏବଂ ହିନ୍ଦୁସ୍ତାନ ମୁର୍ଦ୍ଦବାଦ ନାରା ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା ।