ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ୱନ୍ତ ସିଂ ପନ୍ନୁର ଧମକ, ୧ରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ

ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ୱନ୍ତ ସିଂ ପନ୍ନୁ ବିମାନ ଯାତ୍ରୀଙ୍କୁ ଚେତାବନୀ ଦେଇଛି । ପନ୍ନୁ କହିଛନ୍ତି, ନଭେମ୍ବର ୧ ରୁ ୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ । ଲଗାତାର ବିମାନରେ ବୋମା ଧମକ ମଧ୍ୟରେ ଏଭଳି ଚେତାବନୀ ବିମାନ ଯାତ୍ରୀଙ୍କୁ ଭୟଭୀତ କରିଛି । ଏଭଳି ଧମକ ଯୋଗୁଁ ରବିବାର ଦିନ ଅନେକ ଉଡାଣ ପ୍ରଭାବିତ ହୋଇଛି ।
ଖବର ମୁତାବକ, ଶିଖ୍ ଫର ଜଷ୍ଟିସର ପ୍ରତିଷ୍ଠାତା ଗୁରପତଓ୍ୱନ୍ତ ସିଂ ପନ୍ନୁ ଯାତ୍ରୀଙ୍କୁ ୧ ରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି । ଗତବର୍ଷ ମଧ୍ୟ ପନ୍ନୁ ଏଭଳି ଧମକ ଦେଇଥିଲା । ଶିଖ୍ ହତ୍ୟାକାଣ୍ଡକୁ ୪୦ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ ବୋଲି କହିଛି ପନ୍ନୁ । ୧୯୮୫ରେ ଏୟାର ଇଣ୍ଡିଆର ବୋଇଂ ବିମାନ ବିସ୍ଫୋରଣ ହୋଇଥିଲା । ଏହି ଘଟଣା ମଧ୍ୟ ଖଲିସ୍ତାନୀ ଆତଙ୍କବାଦୀ ସହିତ ଜଡିତ ଥିଲା ।
ପନ୍ନୁନ ପାଖରେ କାନାଡା ଏବଂ ଆମରେିକାର ନାଗରିକତ୍ୱ ରହିଛି । ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାକୁ ଆତଙ୍କବାଦୀ ଭାବେ ଘୋଷିତ କରାଯାଇଥିଲା ।
ସୂଚନାଯୋଗ୍ୟ, କିଛି ଦିନ ହବେ ଭାରତର ଅନକେ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି । ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ସପ୍ତାହ ମଧ୍ୟରେ ପାଖାପାଖି ୧୦୦ଟି ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି । ତେବେ ଯାଞ୍ଚରେ କିଛି ଧମକର ଆଇପି ଠିକଣା ଲଣ୍ଡନ, ଜର୍ମାନୀ, କାନାଡ ଏବଂ ଆମେରିକାର ବାହାରିଛି । ଧମକ ଦେଇଥିବା ଲୋକ ଭିପିଏନ୍ର ବ୍ୟବହାର କରି ନିଜର ପ୍ରକୃତ ଠିକଣା ଗୋପନୀୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ବିମାନରେ ବୋମା ଥିବା ମିଛ ପ୍ରଚାର ପାଇଁ ୬୦ରୁ ୮୦ କୋଟି ଟଙ୍କା ବିମାନ କମ୍ପାନୀ କ୍ଷତି ସହୁଛି ।