ଆସୁଛି କୋଭିଡ ଭଳି ଆଉ ଏକ ଭାଇରସ, ହୋଇପାରେ ମାନବ ପାଇଁ ମାରାତ୍ମକ, ଜାଣନ୍ତୁ କେତେ ସଂକ୍ରାମକ

ରୁଷରେ ବାଦୁଡ଼ି ଦେହରେ ଆଉ ଏକ ନୂଆ ଭାଇରସ ଦେଖାଯାଇଛି । ଯାହା ମାନବ ଜାତି ପାଇଁ ଆଣିପାରେ ବଡ଼ ବିପଦ । କୁହାଯାଉଛି, କରୋନା ଟିକା ବି ଏହି ଭାଇରସ ଉପରେ ପ୍ରଭାବ ପକାଇ ପାରିବ ନାହିଁ । କରୋନା ଭାଇରସ ଭଳି ବାଦୁଡ଼ି ଦେହରେ ଏକ ନୂଆ ଭାଇରସ ଦେଖିବାକୁ ମିଳିଛି ରୁଷରେ । ଏହି ଭାଇରସର ନାମ ଏସ୍‌-ସିଓଭି-୨(S-COV-2) ବୋଲି ଜଣାଯାଇଛି ।

ଏହି ଭାଇରସ ମନୁଷ୍ୟଙ୍କୁ ସଂକ୍ରମଣ କରିବାରେ ସମର୍ଥ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଭାଇରସ ଉପରେ କରୋନା ଟିକା କାମ କରିବ ନାହିଁ । ତେବେ ଏପର୍ଯ୍ୟନ୍ତ ଏହି ଭାଇରସରେ ସଂକ୍ରମଣ ବ୍ୟକ୍ତିଙ୍କ ଖବର ମିଳିନାହିଁ ।

ଖୋଷ୍ଟା-୨ ରେ ରହିଛି ସ୍ପାଇକ୍‌ ପ୍ରୋଟିନ

ରୁଷରେ ବାଦୁଡ଼ି ଦେହରେ ଏହି କୋଷ୍ଟା-୨ ଭାଇରସ ମିଳିଥିବାର ଓ୍ଵାଶିଂଟନ ଷ୍ଟେଟ ୟୁନିଭରସିଟିର ଗବେଷକମାନେ ପ୍ରକାଶ କରିଛନ୍ତି । ଏହି ଭାଇରସରେ କରୋନା ଭଳି ସ୍ପାଇକ୍‌ ପ୍ରୋଟିନ ଦେଖାଯାଇଛି । ଏହାଛଡ଼ା ଟିକା ଲଗାଇ ସାରିଥିବା ଲୋକଙ୍କୁ ମଧ୍ୟ S-COV-2 ଭାଇରସ ସଂକ୍ରମଣରୁ ରକ୍ଷା କରିହେବ ନାହିଁ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ଏହି ଭାଇରସ ପ୍ରଥମ ଥର ୨୦୨୦ ରେ ଦେଖିବାକୁ ମିଳିଥିଲା ।

ତେବେ ମାନବ ଜାତିକୁ ଏହା ସଂକ୍ରମଣ କରିପାରେ ବୋଲି ଜଣାପଡ଼ି ନଥିଲା । ଏବେ ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେବେ ଖୋଷ୍ଟା-୧ ଭାଇରସ ସଂକ୍ରମଣ ହେବାର ଆଶଙ୍କା ନାହିଁ ବୋଲି ଜଣାପଡିଛି ।

bat
photo credit : abplive.com

ଏହା ନେଇପାରେ ମହାମାରୀ ରୁପ

ଗବେଷକ ମାଇକେଲ ଲେଟକୋ କହିଛନ୍ତି ଯେ ଏହି ନୂଆ ଭାଇରସ ଭବିଷ୍ୟତରେ ମହାମାରୀ ରୁପ ନେଇପାରେ । ତେବେ ଏହି ଭାଇରସ ଯଦି କରୋନା ଭାଇରସ ସହ ମିଶିଯାଏ,ତେବେ ଏହା ଆହୁରି ମାରାତ୍ମକ ହୋଇପାରେ ବୋଲି ଗବେଷକ ପ୍ରକାଶ କରିଛନ୍ତି ।

ଟିକାକରଣ ଅଭିଯାନ ଜରୁରୀ

ଏବେ କିଛି ଗବେଷକ ଏହାର ଟିକା ପାଇଁ ଗବେଷଣା ଜାରି ରଖିଛନ୍ତି । ତେବେ ଏଥିପାଇଁ ବିଶ୍ୱ ସ୍ତରରେ ପ୍ରଚେଷ୍ଟା ଜରୁରୀ ବୋଲି ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.