ଜମ୍ମୁ କଶ୍ମୀର : ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଶରୀରରେ ଗୁଳିମାଡ ସହ ରହିଛି କ୍ଷତ ଚିହ୍ନ

ଜମ୍ମୁ କଶ୍ମୀର ଅନନ୍ତନାଗର କୋର୍କଣ୍ଣାଗରେ ଯବାନଙ୍କୁ ଅପହରଣ କରିବା ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଦୁଇ ଜଣ ଯବାନଙ୍କୁ ଅପହରଣ କରିନେଇଥିବା ବେଳେ ଜଣେ ଖସି ଆସିବାରେ ସଫଳ ହୋଇଥିଲେ । ନିଖୋଜ ଯବାନଙ୍କୁ ଠାବ କରିବାକୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା । ପଥରୀବଲ ଜଙ୍ଗଲରୁ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନଙ୍କ ଶରୀରରେ ଗୁଳିମାଡ ସହ କ୍ଷତ ଚିହ୍ନ ରହିଛି । ଅନନ୍ତନାଗରେ ଦୁଇ ଜଣ ଟେରିଟୋରିଆଲ ଆର୍ମି ଯବାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ଜଣେ ଖସି ଆସିବାରେ ସଫଳ ହୋଇଥିଲେ । ଯବାନଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରସେନ ଜୋରଦାର କରାଯାଇଥିଲା । ଅନନ୍ତନାଗ ଜିଲ୍ଲାରେ ଏକ ଜଙ୍ଗଲ ଭିତରେ ଅପହରଣ କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

ଖବର ମୁତାବକ, ଅନନ୍ତନାଗର କୋର୍କଣ୍ଣାଗ ଅଞ୍ଚଳର ଶଙ୍ଗାସରୁ ଆତଙ୍କବାଦୀମାନେ ଟେରିଟୋରିଆଲ୍ ଆର୍ମି ସୈନିକଙ୍କୁ ଅପହରଣ କରି ନେଇଥିଲେ । ତେବେ ଜଣେ ଯବାନ ଆତଙ୍କବାଦୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। । ଏହି ଘଟଣା ଜମ୍ମୁ କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୦ରେ ଆତଙ୍କୀ କଶ୍ମୀରରେ ଟେରିଟୋରିଆଲ ଆର୍ମିର ଜଣେ ଯବାନଙ୍କୁ ଅପହରଣ କରିଥିଲେ । ୫ ଦିନ ପରେ ଯବାନଙ୍କ ଡ୍ରେସ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ଯବାନ ଜଣକ ଦକ୍ଷିଣ କଶ୍ମୀରର ଶୋପିଆର ହରମାନ ନିକଟରେ ନିଜ ଘର ପାଖରୁ ଅପହରଣ ହୋଇଥିଲେ ।