ସବୁବେଳେ ନିଜ ପାଇଖାନା ସାଙ୍ଗରେ ଧରି ବୁଲନ୍ତି କିମ୍‌ ଜୋଙ୍ଗ ଉନ! ମଳକୁ ନେଇ ରହିଛି ଖାସ୍‌ ଭୟ; ଭୁଲ୍‌ରେ କେହି ବ୍ୟବହାର କରି ଦେଲେ ମିଳିଥାଏ ମୃତ୍ୟୁଦଣ୍ଡ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଯେଉଁଆଡ଼େ ବି ଯାଆନ୍ତି, ତାଙ୍କ ଟଏଲେଟ୍‌ ନେବାକୁ ଭୁଲନ୍ତି ନାହିଁ। ଅର୍ଥାତ୍‌ ସେ ଟଏଲେଟ୍‌ ଧରି ଯାତ୍ରା କରନ୍ତି। ଉତ୍ତର କୋରିଆ ଗାର୍ଡ କମାଣ୍ଡର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ କିମ୍‌ ଜୋଙ୍ଗ ପ୍ରତ୍ୟେକ ଜାଗାକୁ ନିଜ ଟଏଲେଟ୍‌ ସାଥୀରେ ଧରି ଯାଆନ୍ତି। ଏପରି କି, ସେ ଅନ୍ୟ ଦେଶକୁ ଯାତ୍ରା କଲା ବେଳେ ବି ଏମିତି କରି ଥାଆନ୍ତି। ବାସ୍ତବରେ, କିମ୍ ଚାହାଁନ୍ତି ନାହିଁ ଯେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେହି ଜାଣୁ, ଏଥିପାଇଁ ସେ ଏପରି କରନ୍ତି। ଯଦି ସେ ଅନ୍ୟ କାହାର ଟଏଲେଟ୍‌ ବ୍ୟବହାର କରିବେ, ତ ସମ୍ଭାବନା ରହିଛି କି, ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଲିକ୍ ହୋଇଯିବ।

ଖବର ମୁତାବକ, କିମ ଜୋଙ୍ଗ ଉନଙ୍କ ପୋର୍ଟେବଲ୍ ଟଏଲେଟ୍ ସବୁବେଳେ ତାଙ୍କ ପାଖରେ ଥାଏ। ବାସ୍ତବରେ, ଜଣେ ବ୍ୟକ୍ତିଙ୍କ ମଳରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ତଥ୍ୟ ହାସଲ କରି ହେବ। ସେହି ଡରରେ ସେ କେବଳ ନିଜର ବ୍ୟକ୍ତିଗତ ଟଏଲେଟ୍‌ ବ୍ୟବହାର କରନ୍ତି ଏବଂ ଏହାକୁ ସାଙ୍ଗରେ ଧରି ବୁଲନ୍ତି। କୁହାଯାଏ, ଯଦି କେହି ଭୁଲ୍‌ରେ ବି କିମ୍‌ଙ୍କ ଟଏଲେଟ୍‌ ବ୍ୟବହାର କରିନିଏ, ତ ତାଙ୍କୁ ମୃତ୍ୟୁ ଘାଟକୁ ପଠାଇ ଦିଆଯାଇଥାଏ। ଅର୍ଥାତ୍‌ ତାଙ୍କୁ ହତ୍ୟା କରାଯାଇଥାଏ।

ଏହି ଜିନିଷକୁ ଭୟ କରନ୍ତି କିମ୍

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କର ସମସ୍ତ ବାହନଗୁଡ଼ିକୁ ତାଙ୍କ ଆବଶ୍ୟକତା ହିସାବରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି, କିନ୍ତୁ ଆଜିକାଲି ସେ କେବଳ ନିଜର ହାଟଟେକ୍‌ କାରରେ ହିଁ ଯାତ୍ରା କରୁଛନ୍ତି। କିମଙ୍କ ବୁଲେଟପ୍ରୁଫ୍ ମର୍ସିଡିଜ୍ ବେଞ୍ଜକୁ ତାଙ୍କ ଟଏଲେଟ୍‌ ବ୍ୟବହାରକୁ ଦୃଷ୍ଟିରେ ରଖି ଅନୁକୂଳିତ କରାଯାଇଛି। ଶୁଣିବାକୁ ମିଳୁଛି କି, କିମ ଜୋଙ୍ଗ ଉନଙ୍କୁ ଏକ ଭୟ ଘାରୁଛି। ସେ ଭାବୁଛନ୍ତି, ଶତ୍ରୁମାନେ ତାଙ୍କ ମଳରୁ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରି ପାରିବେ।

କିମ୍‌ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ମଝିରେ ମଝିରେ ଖବର ଆସିବାରେ ଲାଗିଥାଏ। କିଛି ଦିନ ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା କି, କିମ କୌଣସି ଏକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଏବଂ ଏହି କାରଣରୁ ତାଙ୍କର ଓଜନ ଦ୍ରୁତ ଗତିରେ ହ୍ରାସ ପାଉଛି। ଯଦିଓ ବାସ୍ତବତା କ’ଣ, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କାରଣ, ଉତ୍ତର କୋରିଆରୁ କୌଣସି ବି ସଠିକ୍ ତଥ୍ୟ ବାହାରକୁ ଆସିବା ପ୍ରାୟତଃ ଅସମ୍ଭବ। ଏମିତିରେ କିମଙ୍କ ମଳର ଅନୁସନ୍ଧାନ କରାଗଲେ, ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଖୁଲାସା ହୋଇଯିବ। ଏହା କଥା ମଧ୍ୟ ସାମ୍ନାକୁ ଆସିଯିବ ଯେ ପ୍ରକୃତରେ ସେ ଅସୁସ୍ଥ ଅଛନ୍ତି କି ନାହାନ୍ତି। ନୁହେଁ। ଏଥିପାଇଁ ଏକଛତ୍ରବାଦୀ ଶାସକ କିମ୍‌ ସବୁବେଳେ ନିଜର ପୋର୍ଟେବଲ୍ ଟଏଲେଟ୍ ବ୍ୟବହାର କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.