ଦକ୍ଷିଣ କୋରିଆ ଏବଂ ଆମେରିକାକୁ ପରମାଣୁ ଧମକ ଦେଲେ କିମ୍‌ ଜୋଙ୍ଗ, ଜବାବ ଦେଲା ଆମେରିକା

ଦକ୍ଷିଣ କୋରିଆ ଏବଂ ଆମେରିକାକୁ ପରମାଣୁ ଧମକ ଦେଲେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ । ଉତ୍ତର କୋରିଆକୁ ଯୁଦ୍ଧ ପାଇଁ ଉସୁକାଇବା ଏବଂ କୋରିଆ ଦ୍ୱୀପ ସହିତ ଶତ୍ରୁତା ବଢାଉଥିବା ଅଭିଯୋଗ କରିଛନ୍ତି କିମ୍‌ ଜୋଙ୍ଗ । କିମ୍‌ ପୂର୍ବରୁ ଅନେକ ଥର ଏଭଳି ଧମକ ଦେଇସାରିଛନ୍ତି । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେରିକାରେ ଆଗାମୀ ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍‌ଙ୍କ ଚେତାବନୀ ଉତ୍ତର କୋରିଆ ସହିତ ଶତ୍ରୁତା ବଢାଇପାରେ ।

ଉତ୍ତର କୋରିଆର ଅଫିସିଆଲ କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସୀ ଅନୁସାରେ, କିମ୍‌ ନିଜ ନାମରେ ନିର୍ମାଣରେ ହୋଇଥିବା ବିଶ୍ୱବିଦ୍ୟାଳୟ ‘କିମ୍‌ ଜୋଙ୍ଗ ଉନ ୟୁନିଭରସିଟି ଅଫ ନ୍ୟାସନାଲ ଡିଫେନ୍ସ’ରେ ସମ୍ବୋଧନ କରି କହିଛନ୍ତି, ଯଦି ଉତ୍ତରକୋରିଆ ବିରୋଧରେ ସଶସ୍ତ୍ର ବଳ ବ୍ୟବହାର କରିବା ପାଇଁ ଚେଷ୍ଟା କରାଯାଏ, ତେବେ ଉତ୍ତର କୋରିଆ ମଧ୍ୟ ବିନା କୌଣସି ଦ୍ୱନ୍ଦ୍ୱରେ ନିଜ ଶତ୍ରୁ ଉପରେ ଆକ୍ରମଣ କରିବ । ଆମ ଦେଶ ସମଗ୍ର ଶକ୍ତି ସହିତ ଜବାବ ଦେବ ।

ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ସ୍ଥିତିରେ ପରମାଣୁ ଅନ୍ତ୍ରଶସ୍ତ୍ର ବ୍ୟବହାର କରିବା ପାଇଁ ପଛାଇବୁ ନାହିଁ । ୨୦୨୨ରେ ପରମାଣୁ ସିଦ୍ଧାନ୍ତକୁ ଆପଣେଇବା ପରେ କହିଥିଲା କି, ଯଦି କୌଣସି ବିପଦ ଦେଖାଦିଏ, ତେବେ ଆମେ ପ୍ରଥମେ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବୁ ।

ଆମେରିକା ଓ ଦକ୍ଷିଣ କୋରିଆର ଅଧିକାରୀ ଚେତାବନୀ ଦେଇଛନ୍ତି କି, ଉତ୍ତର କୋରିଆ ଦ୍ୱାରା ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାର ଚେଷ୍ଟା କିମ୍‌ ସରକାରଙ୍କ ପତ୍ତନର କାରଣ ପାଲଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like