ଦିଲ୍ଲୀରେ କୀର୍ତ୍ତି ନଗରର ଏକ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଚାଲିଗଲା ୨ ଜଣଙ୍କ ଜୀବନ

ଦିଲ୍ଲୀ : ଦିଲ୍ଲୀରେ କୀର୍ତ୍ତି ନଗରରେ ଥିବା ଏକ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କର ଶ୍ବାସ ରୁଦ୍ଧ ହେବା ଫଳରେ ମୃତ୍ୟୁ ହୋଇଛି । ନିଆଁ ଲାଗିବାର ଖବର ପାଇବା ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିର ସୂଚନା ଅନୁସାରେ ନିଆଁକୁ ଆୟତ୍ତ କରାଯାଇଛି । ଫ୍ୟାକ୍ଟ୍ରିରୁ ଦୁଇ ମୃତ ହେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କେମିତି ନିଆଁ ଲାଗିଲା ତାହାର କାରଣ ଖୋଜା ଯାଉଛି । ଯେତେବେଳେ ନିଆଁ ଲାଗିଥିଲା ସେହି ସମୟରେ ଆସବାବପତ୍ର ସହିତ ସେଠାରେ ଜଣେ ଝିଅ ମଧ୍ୟ ଥିଲା ।

ନିଆଁ ଲାଗିବାରୁ ଫ୍ୟାକ୍ଟ୍ରିରେ ଚାରିଆଡେ ଧୁଆଁମୟ ହୋଇଯାଇଥିଲା । ଯେଉଁଥିପାଇଁ ଶ୍ବାସରୁଦ୍ଧ ହେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ସେହି ମୃତକଙ୍କ ମଧ୍ୟରେ ଜଣେ ଉତ୍ତର ପ୍ରଦେଶ ଓ ଅନ୍ୟ ଜଣେ ବିହାରର ବାସିନ୍ଦା ଥିଲେ । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି । ଏବେ ଏହି ଘଟଣାର ଯାଞ୍ଚ ଚାଲିଛି । ଏଥିପାଇଁ ଘଟଣା ସ୍ଥଳରେ ଏଫ.ଏସ.ଏଲ ଟିମକୁ ଡକାଯାଇ ତଦନ୍ତ କରାଯାଉଛି । ତେବେ ଅଗ୍ନିକାଣ୍ଡ ସକାଳ ସମୟରେ ହୋଇଥିଲା ।

ପୋଲିସଙ୍କ ସୂଚନା ଅନୁସାରେ ଭୋର ୪.୩୦ ସମୟରେ ପୋଲିସ ଓ ଅଗ୍ନିଶମ ବାହିନୀ ଏ ସମ୍ପର୍କରେ ଖବର ପାଇଥିଲେ । ସେଠାରେ ତତକ୍ଷଣାତ ୭ ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିଲା । ବହୁତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ବିଲଡିଂର ଉପରି ଭାଗରେ ନିଆଁ ଲାଗିଥିବା ଜଣେ ପୋଲିସ ଅଧିକାରୀ କହିଥଲେ । ଯେତେବେଳେ ସେମାନେ ଉପରେ ପହଞ୍ଚିଥିଲେ ସେହି ସମୟରେ କୋଠରୀର କବାଟ ବନ୍ଦ ଥିଲା । ବଡ଼ କଷ୍ଟରେ ସେମାନେ ସେହି କୋଠରୀ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଦୁଇଟି ମୃତଦେହ ପଡିଥିବାର ଦେଖିଥିଲେ ।

ପୋଲିସ ସେହି ମୃତଦେହ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । କୀର୍ତ୍ତି ନଗରରେ ଥିବା ଆସବାବ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଖବର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଫ୍ୟାକ୍ଟ୍ରିରୁ ନିଆଁ ଓ ଧୁଆଁ ବାହାରୁଥିଲା । ନିଆଁ ଲିଭିଲା ପରେ ଦୁଇ ଶବକୁ ଦେଖି ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତକଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଓ ଅନ୍ୟ ଜଣେ ଆଜମଗଡର ନିବାସୀ ଅତୁଲ ରାୟ ଓ ଅନ୍ୟ ଜଣେ ବିହାରର ନନ୍ଦ କିଶୋର ବୋଲି ପୋଲିସ ସୂଚନା ଦେଇଛି । ଅତୁଲ ରାୟ ଫାକ୍ଟ୍ରିରେ ଶ୍ରମିକ ଭାବରେ କାମ କରୁଥିଲେ ଓ ନନ୍ଦ କିଶୋର ସାମଗ୍ରୀ ପରିବହନ କାରୀ ଭାବରେ କାମ କରୁଥିଲେ । ତେବେ ମୃତକଙ୍କ ପରିବାର ବର୍ଗଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି ।

You might also like