ଦାଉଦଠାରୁ ୨୭ ବର୍ଷ ସାନ ତା ନୂଆ ଗାର୍ଲଫ୍ରେଣ୍ଡ, ପାକିସ୍ତାନରେ ଡାକନ୍ତି ‘ବିଲ୍ଲୀ’

ବିଶ୍ୱର ସବୁଠୁ ଦୁର୍ଦାନ୍ତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କଥା ଆସିଲେ ଦାଉଦ ଇବ୍ରାହିମ୍ କଥା ଉଠେ। ଅଣ୍ଡରୱାଲଡ଼ ଡନ ଦାଉଦର ପତ୍ତା ବଡ଼ ବଡ଼ ଦେଶର ପୋଲିସ ପାଉନଥିବା ବେଳେ ସେ ଏବେ ପାକିସ୍ତାନରେ ଲୁଚିଛି ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ଦାଉଦର ନୂଆ ଗାର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି କିଏ ସେ ଯୁବତୀ ଯାହାକୁ ଦାଉଦ ନିଜ ପ୍ରେମିକା ବନାଇଛି। ତେବେ ଆସନ୍ତୁ ଜାଣିବା ଦାଉଦର ପ୍ରେମିକା ସମ୍ପର୍କରେ…

ଦାଉଦର ନୂଆ ପ୍ରେମିକା ନାଁ ହେଉଛି ମହାବିଶ ହୟାତ ଓ ବୟସ ୩୭ ବର୍ଷ। ହୟାତ ପେସାରେ ଜଣେ ଅଭିନେତ୍ରୀ। ଦାଉଦଠାରୁ ୨୭ ବର୍ଷ ସାନ ହୟାତ ଏବେ ଦାଉଦର ସବୁଠୁ ବଡ଼ ଦୁର୍ବଳତା ସାଜିଛି। ମହାବିଶ ହୟାତ ‘ବିଲ୍ଲୀ’ ନାଁରେ ପ୍ରସିଦ୍ଧ।

pakistani actress mehwish hayat girlfirend of dawood ibrahim ...

ଦାଉଦ ଭାରତରେ ଥିବା ବେଳେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ବେଶ ଆକର୍ଷିତ ଥିଲା। ସେ ନିଜ ପାର୍ଟିରେ ବଡ଼ ବଡ଼ ବଲିଉଡ ଷ୍ଟାରଙ୍କୁ ନିମନ୍ତ୍ରଣ କରୁଥିଲା। ପାକିସ୍ତାନ ଯିବା ପରେ ମଧ୍ୟ ଦାଉଦର ଏହି ସଉକ ଯାଇନାହିଁ। ତେବେ ମହାବିଶ ହୟାତ ୨୦୧୯ ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଥିବା ବେଳେ ତାଙ୍କୁ ଦେଶର ସବୁଠୁ ବଡ଼ ନାଗରିକ ସମ୍ମାନ ତମଗା ଏ ଇମତିୟାଜରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ମିଳିବା ପରେ ସମସ୍ତେ ପ୍ରଶ୍ନ ଉଠାଇବାରୁ ଜଣାପଡ଼ିଥିଲା ଯେ ଡାଉଦର କହିବାନୁଯାୟୀ ହୟାତଙ୍କୁ ଏହି ସମ୍ମାନ ମିଳିଛି।

ମହାବିଶ ଏକ ଆଇଟମ ନମ୍ବରରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। କୁହାଯାଏ ଯେ ଏହି ଗୀତ ପରେ ସେ ଲାଇମ୍ ଲାଇଟକୁ ଆସିଥିଲେ। ଏହା ପରେ ଜଣେ ପ୍ରଭାବଶାଳୀ ନେତାଙ୍କ ଯୋଗୁ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏବେ ଦାଉଦର ପ୍ରେମିକା ହେବା ପରେ ହୟାତ ରାଜନୀତିରେ ମଧ୍ୟ ପ୍ରବେଶ କରିବାକୁ ଅଣ୍ଟା ଭିଡୁଥିବା କୁହାଯାଉଛି।

Leave A Reply

Your email address will not be published.