ପୂର୍ବରୁ ମଧ୍ୟ ଏଭଳି ଜଳ ବିଭୀଷିକାର ସାମ୍ନା କରିଛନ୍ତି ଉତ୍ତରାଖଣ୍ଡବାସୀ, ଜାଣନ୍ତୁ ୫ଟି ବଡ଼ ଦୁର୍ଘଟଣା ସମ୍ପର୍କରେ

ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଉତ୍ତରାଖଣ୍ଡରେ ମଝିରେ ମଝିରେ ଏଭଳି ଘଟଣା ଛାତି ଥରାଇ ଦେଇଥାଏ। ଆଜି ଯେଭଳି ଗ୍ଲୋସିୟର ଫାଟିବାରୁ ଜଳ ବିଭୀଷିକାର ସାମ୍ନା କରିଛନ୍ତି ଉତ୍ତରାଖଣ୍ଡବାସୀ, ତାହା ପୁଣିଥରେ ତାଙ୍କ ଶୁଖିଯାଇଥିବା କ୍ଷତକୁ ତାଜା କରିଦେଇଛି। କାରଣ ଆଜି ପ୍ରଥମଥର ନୁହେଁ। ପୂର୍ବରୁ ମଧ୍ୟ ସେମାନେ ଅଙ୍ଗେନିଭେଇଛନ୍ତି ଏଭଳି ଘଟଣାକୁ। ଏହା ପୂର୍ବରୁ ଉତ୍ତରାଖଣ୍ଡ କେଦାରନାଥ ଟ୍ରାଜେଡି ତାଙ୍କ ଅଣ୍ଟା ଭାଙ୍ଗି ଦେଇଥିଲା।

ତେବେ ଆସନ୍ତୁ ନଜର ପକାଇବା ପୂର୍ବରୁ କିଭଳି ଦୈବୀ ଦୁର୍ବିପାକର ସାମ୍ନା କରିଛି ଉତ୍ତରାଖଣ୍ଡ…

୧- ୧୯୯୧ରେ ସେତେବେଳର ଅବିଭକ୍ତ ଉତ୍ତର ପ୍ରଦେଶ ସ୍ଥିତ ଉତ୍ତର କାଶୀରେ ୬.୬ ୮ ମାଗନିଚ୍ୟୁଡ୍‌ର ଭୂକମ୍ପ ହୋଇଥିଲା । ଯେଉଁଥିରେ ୭୮୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

୨- ୧୯୯୮ରେ ପିଥୋରାଗଡ଼ ସ୍ଥିତ ମାଲପାରେ ଭୂସ୍ଖଳନ ଘଟି ୨୫୫ ଜଣ ପ୍ରାଣ ହରାଇଥିଲେ । ଏଥିରେ ଥିଲେ କୈଳାସ ମାନସରୋବର ଯାତ୍ରା କରୁଥିବା ୫୫ ଜଣ ।

୩- ୧୯୯୯ରେ ଚମୋଲିରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇ ୧୦୦ରୁ ଅଧିକ ଲୋକ ମରିଥିଲେ ।

୪- ୨୦୧୩ ବାଦଲଫଟା ଯୋଗୁଁ ଭୂସ୍ଖଳନ ଘଟି ୫ ହଜାର ୭୦୦ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ।

୫- ଉତ୍ତରକାଶୀ ଜିଲ୍ଲାର ମୋରୀ ତହସିଲରେ ୨୦୧୯ ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ ପ୍ରାୟ ୨୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିଲା। ଏହି ଘଟଣାରେ ୧୮ ଜଣ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.