ଦୀର୍ଘ ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଜଣ ଶ୍ରମିକ, ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ

ଉଦ୍ଧାର କାର୍ଯ୍ୟରେ ହିରୋ ସାଜିଥିବା ସେହି ମଣିଷ, ଯାହା ପାଇଁ ଆଜି ଏ ରେସକ୍ୟୁ ସମ୍ଭବପର ହେଉଛି ତାଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି । ସବୁ ଚେଷ୍ଟା ବିଫଳ ଯାଉଥିବାବେଳେ ସେ ମଣିଷ କିନ୍ତୁ ଦେବଦୁତଙ୍କ ଭଳି ଛିଡା ହୋଇଥିଲେ ।

ଆଉ ମାତ୍ର କିଛିି ସମୟର ଅପେକ୍ଷା… ଉତ୍କଣ୍ଠାରେ ରହିଛି ସାରା ଦେଶ । ଏହାପରେ ହଟିବ ଅନ୍ଧାର, ବଞ୍ଚିବ ଜୀବନ । ଦୀର୍ଘ ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଜଣ ଶ୍ରମିକ । ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ। ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ।

ଏହି ଉଦ୍ଧାର କାର୍ଯ୍ୟରେ ହିରୋ ସାଜିଥିବା ସେହି ମଣିଷ, ଯାହା ପାଇଁ ଆଜି ଏ ରେସକ୍ୟୁ ସମ୍ଭବପର ହେଉଛି ତାଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି । ସବୁ ଚେଷ୍ଟା ବିଫଳ ଯାଉଥିବାବେଳେ ସେ ମଣିଷ କିନ୍ତୁ ଦେବଦୁତଙ୍କ ଭଳି ଛିଡା ହୋଇଥିଲେ । ଆଉ ସାହାସର ସହ କହିଥିଲେ ମୁଁ ୪୧ ଜଣଙ୍କୁ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର କରି ଘରକୁ ପଠାଇବି । ଏ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଡିକ୍ସ ଆର୍ନୋଲ୍ଡ । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏଜେନ୍ସିଗୁଡ଼ିକ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଡିକ୍ସ ଆର୍ନୋଲ୍ଡଙ୍କ ସହାୟତା ନେଇଛନ୍ତି। ଭାରତରେ ପହଁଚିବା ପରେ ହିଁ ନିଜ ପ୍ଲାନ ଆରମ୍ଭ କରିଦେଇଥିଲେ ଡିକ୍ସ । ଆର୍ନୋଲ୍ଡ ଡିକ୍ସଙ୍କ ଆତ୍ମବିଶ୍ୱାସକୁ ଦେଖି ଲାଗୁଛି ଯେ ସେ ତାଙ୍କ କଥା ରଖିବେ । ଆଉ ସୁଡଙ୍ଗ ଭିତରୁ ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ନୋଲ୍ଡ ଡିକ୍ସ କିଏ ଏବଂ କାହିଁକି ଏଭଳି ଏକ ଘଡସନ୍ଧି ମୁହୂର୍ତ୍ତରେ ତାଙ୍କ ଉପରେ ଏତେ ଭରଷା ରହିଛି ।

କାଉନସିଲ ହ୍ଵାଇଟ୍‌ ଆଣ୍ଡ୍‌ କେସ ଏବଂ ଇଣ୍ଟରନ୍ୟାସନାଲ ଟନଲିଙ୍ଗ୍‌ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍‌ ଆସୋସିଏସନର ଅଧ୍ୟକ୍ଷ ପ୍ରଫେସର ଆର୍ନୋଲ୍ଡ ଡିକ୍ସ ଜଣେ ବାରିଷ୍ଟର ଏବଂ ବୈଜ୍ଞାନିକ ମଧ୍ୟ । ଯିଏକି ଅଣ୍ଡରଗ୍ରାଉଣ୍ଡରେ ବିଶେଷଜ୍ଞତା ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିୟାର ବାସିନ୍ଦା । ଆର୍ନୋଲ୍ଡ ଡିକ୍ସ ସାରା ଦୁନିଆର ଅନେକ ପରିଯୋଜନା ପାଇଁ ବିବାଦ ନିବାରଣ ବୋର୍ଡ ଏବଂ ଟେଣ୍ଡର ଇଭାଲ୍ୟୁଏସନ୍‌ ପ୍ୟାନେଲରେ ନିଯୁକ୍ତି କରନ୍ତି । ଆଇନ୍‌ ଏବଂ ଇଞ୍ଜିନିୟରିଂ ଉଭୟରେ ହିଁ ବିଶେଷଜ୍ଞ ହୋଇଥିବା କାରଣରୁ ସେ ଅନେକ ବିବାଦୀୟ ଏବଂ କଠିନମାମଲାରେ ନିଜ ବୁଦ୍ଧି ପ୍ରୟୋଗ କରି କାମ କରନ୍ତି । ତାଙ୍କୁ ଅଣ୍ଡର ଗ୍ରାଉଣ୍ଡ ଇନଫ୍ରାଷ୍‌ଟ୍ରକଚର, ବିଲଡିଙ୍ଗ ଏବଂ ଟ୍ରାପ୍ସପୋର୍ଟ ରିସ୍କର ବହୁତ ଭଲ ବିଶେଷଜ୍ଞ ଭାବେ ଜଣାଶୁଣା । ଜୁନ୍‌ ୨୦୨୨ରେ ଅର୍ନୋଲ୍ଡଙ୍କୁ ଏନଏଫପିଏର ସର୍ବୋଚ୍ଛ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ୪୫ ମିଟର ଖୋଳା ସରିଲାଣି। ଟନେଲ ମୁହଁରେ ଆମ୍ବୁଲାନ୍ସ ଧାଡ଼ି ହୋଇ ଛିଡ଼ା ହୋଇଛି। ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶ୍ରମିକମାନଙ୍କୁ ହସ୍ପିଟାଲକୁ ନିଆଯିବ। ସ୍ବତନ୍ତ୍ର ଭାବେ ସେଠାରେ ହସ୍ପିଟାଲ ବେଡ୍ ମଧ୍ୟ ନିର୍ମାଣ କରାଯାଇଛି। ଫସିଥିବା ଶ୍ରମିକଙ୍କ ସଂପର୍କୀୟମାନେ ଟନେଲ ବାହାରେ ଅପେକ୍ଷା କରି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅକ୍ସଜେନ ସିଲିଣ୍ଡର ନେଇ ଟନେଲ ଭିତରେ ପଶିଛନ୍ତି ଏନଡିଆରଏଫ ଯବାନ। ଟନେଲ ନିକଟରେ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ନଭେମ୍ବରର ୧୨ ତାରିଖରେ ଟନେଲ ଅଘଟଣ ଘଟିଥିଲା। ଉତ୍ତରକାଶୀ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭିତରେ ଥିବା ୪୧ ଜଣ ଶ୍ରମିକ ତା ଭିତରେ ରହି ଯାଇଥିଲେ।

You might also like