ମୂଳ ଭାରତୀୟ ଡା. ଆରତୀ ପ୍ରଭାକର ଜିତିଲେ ବାଇଡେନଙ୍କ ଭରସା, ହେବେ ଦେଶର ସାଇନ୍ସ ଆଡଭାଇଜର

ଓ୍ଵାଶିଂଟନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମୂଳ ଭାରତୀୟ ଆମେରିକାର ବୈଜ୍ଞାନିକ ଡା. ଆରତୀ ପ୍ରଭାକରଙ୍କୁ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ନୀତି କାର୍ଯ୍ୟାଳୟ (ଓଏସଟିପି) ର ନିର୍ଦ୍ଦେଶକ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି । ଯଦି ବାଇଡେନଙ୍କ ଏହି ପ୍ରସ୍ତାବକୁ ସିନେଟ ମଞ୍ଜୁରୀ ଦିଏ, ତେବେ ଓଏସଟିପିର ନିର୍ଦ୍ଦେଶକ ପଦ ସମ୍ଭାଳିବାରେ ଆରତୀ ହେବେ ପ୍ରଥମ ମହିଳା ଯିଏ କି ଜଣେ ମୂଳ ଭାରତୀୟ ଅଟନ୍ତି ।
ଆମେରିକାର ରାଷ୍ଟ୍ରପତି କହିଥିଲେ ଯେ ଡା. ପ୍ରଭାକର ଜଣେ ବିଦ୍ୱାନ ଓ ସମ୍ମାନୀତ ଇଂଜନିୟର ଓ ଭୌତିକ ବୈଜ୍ଞାନିକ । ସେ ଟେକନୋଲୋଜୀ ଓ ଇନୋଭେସନର ଲାଭ ଉଠାଇ ଆମର ସମ୍ଭାବନାକୁ ଆହୁରି ଅଧିକ ବିସ୍ତାର କରିବେ । ସବୁ ପ୍ରକାର କଠିନ ଚ୍ୟାଲେଞ୍ଜର ସାମନା କରି ସବୁ ଅସମ୍ଭବକୁ ସମ୍ଭବ ବନାଇବା ପାଇଁ ଡା. ଆରତୀ ଏହାର ନେତୃତ୍ୱ ନେବେ ।

ବମ୍‌ ତିଆରି ପାଇଁ ବ୍ୟବହୃତ ପଦାର୍ଥର ନୀରିକ୍ଷଣ କରୁଥିବା ଟିମର ନିରୀକ୍ଷକ

ଡା. ଆରତୀ ପ୍ରଭାକର ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେଠାରେ ସେ ଏହି ଟିମର ନିରୀକ୍ଷଣ କରୁଥିଲେ । ଯିଏ ଆତଙ୍କୀଙ୍କ ପାଇଁ ବମ ତିଆରି ପୂର୍ବରୁ ନ୍ୟୁକ୍ଲିୟର ଓ ରେଡିଓଲୋଜିକାଲ ସାମଗ୍ରୀର ଅନୁସନ୍ଧାନ ପାଇଁ ପ୍ରଣାଳୀର ନିର୍ମାଣ କରିଥାନ୍ତି ।

ହ୍ଵାଇଟ ହାଉସ ସୂତ୍ରରୁ ମିଳିଥିବା ସୂଚାନ ଅନୁସାରେ ଡା ଆରତୀ ନୋବେଲ ବାୟୋଟେକ୍ନୋଲୋଜିକୁ ବିକାଶ କରିବା ପାଇଁ ଏକ ନୂଆ କାର୍ଯ୍ୟାଳୟର ସ୍ଥାପନ ବି କରିଥିଲେ । ଯଦି ଡା ଆରତୀଙ୍କୁ ସିନେଟ ମନୋନୀତ କରନ୍ତି ତେବେ ସେ ହେବେ ବାଇଡେନଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ୩ୟ ଭାରତୀୟ ଆମେରିକୀୟ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.