ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ “ସେରିବ୍ରାଲ ଏନୟୁରିଜମ”ରେ ପୀଡିତ, ଜାଣନ୍ତୁ ଏହି ରୋଗ କେମିତି ଓ କାହାକୁ ହୋଇଥାଏ

ଚିନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ମିଡ଼ିଆ ତରଫରୁ ଜାରି ହୋଇଥିବା ଅନୁଯାୟୀ ବର୍ତ୍ତମାନ ସମୟରେ ସି ଜିନପିଙ୍ଗ ମଣିଷ ମସ୍ତିସ୍କ ସହ ଜଟିଉ ଜଡିତ ସେରିବ୍ରାଲ ଏନୟୁରିଯମ ନାମକ ଏକ ରୋଟିଏ ପୀଡିତରେ ଅଛନ୍ତି । ଶୁଣାଯାଉଛିକି ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତର ତାଙ୍କୁ ନିଜ ସର୍ଜରୀ କରିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଜିନପିଙ୍ଗ ଚିନର ପାରମ୍ପରିକ ଔଷଧରେ ନିଜ ଚିକିତ୍ସା କରାଉଛନ୍ତି । ରିପୋର୍ଟ ଅନୁଯାୟୀ ଗତ କିଛି ମାସ ହେବ ଜିନପିଙ୍ଗ ଏହି ରୋଗରେ ପୀଡିତ ଅଛନ୍ତି । ଆଉ ଏହି କାରଣରୁ ହିଁ ୨୦୨୧ ଡିସେମ୍ବର ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା । କହିରଖିବା ଉଚିତ ହେବକି ଜିନପିଙ୍ଗ ଅସୁସ୍ଥ ହେବା ନେଇ ଖବର ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି | ସି ଙ୍କ ସ୍ୱାସ୍ଥ୍ୟ ବାବଦରେ ପୂର୍ବରୁ ଅନେକ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହି ଏହି ଆଶା ଆଶଙ୍କା ଗୁଡିକ ସେବେହିଁ ସତ ହୋଇଥିଲା ଯେବେ ବେଜିଙ୍ଗରେ ଆୟୋଜିତ ହୋଇଥିବା ଶୀତକାଳୀନ ଅଲିମ୍ପିକରେ କୌଣସି ବି ବିଦେଶୀ ନେତାଙ୍କ ସହିତ ଭେଟିବା ପାଇଁ ଜିନପିଙ୍ଗ ମନା କରିଦେଇଥିଲେ । ଏହା ପୂର୍ବରୁ ଥରେ ୨୦୧୯ ମାର୍ଚ୍ଚ ମାସରେ ଇଟାଲୀ ଯାତ୍ରା ସମୟରେ ଚଲାବୁଲା କରିବା ସମୟରେ ମଧ୍ୟ ସେ ଟିକେ ଅସହଜ ମନେ କରୁଥିଲେ । ପରେ ଫ୍ରାନ୍ସ ଯାତ୍ରା ସମୟରେ ବି ତାଙ୍କୁ ନେଇ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ସେହି ସମୟରେ ବସିବା ପାଇଁ ବି କୌଣସି ସପୋର୍ଟ ଆବଶ୍ୟକ କରୁଥିଲେ ଜିନପିଙ୍ଗ ।

ଏହା ବ୍ୟତୀତ ୨୦୨୦ରେ ସେନଝେନରେ ଚାଲୁଥିବା ଏକ ରାଲିରେ ସମ୍ବର୍ଦ୍ଧିତ କରିବା ସମୟରେ ସେ କାଶୁଥିବାର ଦେଖାଯାଇଥିଲା । ଆଉ ସେହି ସମୟରେ ଖୁବ ଧୀର ସ୍ୱରରେ କଥା କହିବା ସହ ଭାଷଣ ମଧ୍ୟ ଦେଇଥିଲେ ।

ଆସନ୍ତୁ ଜାଣିବା କଣ ଏହି ସେରିବ୍ରାଲ ଏନ୍ୟୁରିଜେମ:

ମସ୍ତିଷ୍କରେ ରକ୍ତ ପ୍ରବାହ ଗୋଟେ ପଟରେ ଅତି ଦୁର୍ବଳ ହୋଇ ବେଲୁନ ପରି ଫୁଲିବାକୁ ଲାଗେ । ଏହାକୁ ସେରିବ୍ରାଲ ବା ବ୍ରେନ ଏନୟୁରିଯମ କୁହାଯାଏ । ଏହି ରୋଗ ମଣିଷ ମସ୍ତିଷ୍କର କୌଣସି ଭାଗରେ ବି ହୋଇପାରେ । କୌଣସି ବି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ସାଧାରଣତଃ ୫୦ କିମ୍ବା ତଦ୍ଧୁର୍ତ୍ତ ବ୍ୟକ୍ତି ମାନଙ୍କୁ ଅଧିକ ହୋଇଥାଏ । ବିଶେଶତଃ ଯେଉଁ ମାନେ ବ୍ଲଡ଼ ପ୍ରେସର, ଜେନେଟିକ ଭାବେ କୋଷିକା ଦୁର୍ବଳ ହେବା, ସଂକ୍ରମଣ ହେବା, କୌଣସି ଆଘାତ କିମ୍ବା ମସ୍ତିଷ୍କିୟ କ୍ଷତି କିମ୍ବା ଟ୍ୟୁମର ଥିବା ବ୍ୟକ୍ତିଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.