ପିତାଙ୍କ କରଜ ସୁଝିବା ପାଇଁ ଧରୁଥିଲେ ମାଛ, ଏବେ ନୌକା ଚାଳନାରେ ଏସିଆର ସବୁଠୁ ବଡ଼ ଖେଳାଳି

ନସୁରଲାଗଞ୍ଜ : କଥାରେ ଅଛି ଦୃଢ଼ ଇଚ୍ଛା ଥିଲେ ସ୍ୱପ୍ନ ସାକାର ହେବାକୁ ସମୟ ଲାଗିନଥାଏ । କେହି କେବେ ଭାବି ନଥିଲେ ଯେ ବାପାଙ୍କ କରଜ ସୁଝିବା ପାଇଁ ମାଛ ଧରୁଥିବା ଝିଅ ଦିନେ ଏସିଆର ସବୁଠୁ ବଡ଼ ଖେଳାଳି ଭାବେ ପ୍ରତିଷ୍ଠା ଅର୍ଜ୍ଜନ କରିବେ । ନର୍ମଦା ନଦୀ ଉପରେ ବନ୍ଧା ଯାଇଥିବା ଇନ୍ଦିରା ସାଗର ବନ୍ଧର ରିଜର୍ଭ ପାଣିରେ ବାପାଙ୍କ ସହ ମାଛ ଧରୁଥିଲେ ଏହି ଗରିବ ପରିବାରର ଯୁବତୀ କାବେରୀ ।

kaveri
photo credit : punjabkesari.in

ପରିବାରର କରଜ ସୁଝ ିବା ପାଇଁ ତାଙ୍କୁ ଏହି କାମ କରିବାକୁ ପଡ଼ୁଥିଲା । ଆଜି ସେ ନୌକା ଚାଳନା ଇଭେଣ୍ଟରେ ଦେଶର ୧୮ ଜଣ ଖେଳାଳୀଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଖାଲି ସେତିକି ନୁହେଁ ଜୁନିୟର, ସବ୍‌ ଜୁନିୟର ଓ ସିନିୟର ଖେଳାଳିଙ୍କୁ ମଧ୍ୟ ପଛରେ ପକାଇ ସେ ଦେଶର ୧ ନମ୍ବର ସ୍ଥାନରେ ଅଛନ୍ତି । କାବେରୀଙ୍କ ନାମ ଏବେ ଥାଇଲାଣ୍ଡର ପଟାୟାରେ ହେବାକୁଥିବା ଅଲମ୍ପିକ୍‌ କ୍ୱାଲିଫାୟର ଓ ଏସିଆନ୍‌ ଚମ୍ପିଆନସିପ୍‌ ପାଇଁ ମନୋନୀତ ହୋଇଛି ।

kaveri.JPG-1
photo credit :punjabkesari.in

ଏହି କାହାଣୀ ଏବେ ସଫଳତା ସାଜିଥିଲେ ହେଁ ଏହା ଥିଲା ଏକ ପରିବାରର ସଂଘର୍ଷର କାହାଣୀ । କେବଳ କାବେରୀ ନୁହଁନ୍ତି, ମୋନିକା, ସ୍ୱାତୀ ଓ ତାଙ୍କ ପିତା-ମାତାଙ୍କ ସଂଘର୍ଷ କାହାଣୀ । କାବେରୀଙ୍କ ପରିବାର ବହୁତ ଗରୀବ ଥିଲା । ପିତାଙ୍କୁ ୪୦ ହଜାର ଟଙ୍କା କରଜରୁ ମୁକ୍ତ କରିବା ପାଇଁ କାବେରୀ ପିତାଙ୍କ ମାଛ ଧରା କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ଏଥିପାଇଁ ତାଙ୍କୁ ମାଛ ଧରା କାର୍ଯ୍ୟରେ ନୌକା ଚାଳନା କରିବାକୁ ପଡ଼ୁଥିଲା । ପିତା ରାତିରେ ଜାଲ ବିଛାଉଥିଲେ ଓ ୩ ଭଉଣୀ ମାଛ ଧରି ଠିକାଦାରକୁ ଦେଉଥିଲେ ।

kaveri 3
photo credit : punjabkesari.in

ଏମିତି କରି କାବେରୀ ପରିବାରର କରଜ ସୁଝିବା ସହ ଛୋଟ ବୟସରୁ ପରିବାର ପୋଷଣରେ ସହାୟତା କରୁଥିଲେ । ୩ ଭଉଣୀଙ୍କ କାହାଣୀ ଶୁଣି ଖେଳ ଅଧିକାରୀ କାବେରୀଙ୍କ ଗାଁରେ ପହଞ୍ଚିଲେ । ଭୋପାଳ କ୍ରୀଡ଼ା ଅକାଦେମୀକୁ ଟ୍ରାଏଲ ପାଇଁ ନେବାକୁ ପିତାଙ୍କୁ ବୁଝାସୁଝା କରି ମନାଇଥିଲେ । ଏହି ଟ୍ରାଏଲରେ କାବେରୀ ବହୁତ ଭଲ ପ୍ରଦର୍ଶନ କଲେ । ୨୦୧୬ ରେ କାବେରୀଙ୍କୁ ମଧ୍ୟପ୍ରଦେଶ ସ୍ପୋର୍ଟ୍ସ ଅକାଦେମୀରେ ଖେଳିବାର ସୁଯୋଗ ମିଳିଲା । କାବେରୀ ଇନ୍ଦିରା ସାଗର ଜଳଭଣ୍ଡାରରେ ନୌକା ଚାଳନା କରି ଏବେ ବିଦେଶୀ କ୍ରୀଡ଼ା ଭଳି ନୌକା ଚାଳନାରେ ସଫଳତା ପ୍ରାପ୍ତ କରିଛନ୍ତି ।

ତାଙ୍କର ପରିଶ୍ରମ ଓ ଦୃଢ଼ ଇଚ୍ଛା ଯୋଗୁ କାବେରୀ କେବଳ ମଧ୍ୟପ୍ରଦେଶ ନୁହେଁ ଅନ୍ତରାଷ୍ଟ୍ରୀୟସ୍ତରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । କାବେରୀ ଆଜି ମାତ୍ର ୧୭ ବର୍ଷ ବୟସରେ ଏପରି ସଫଳତା ପାଇ ନିଜ ଓ ନିଜ ପରିବାରର ପ୍ରତିଷ୍ଠା ବଢ଼ାଇ ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.