ଜାଣନ୍ତି କି ? ଭାରତରେ ୨୩୦୦ ରୁ ଅଧିକ କୁକୁର ଓ ୧୪୧୫ ଘୋଡ଼ା ଦିଅନ୍ତି ପୁଲିସ ବିଭାଗରେ ସେବା

 ନୂଆଦିଲ୍ଲୀ :  ଭାରତରେ ୨୩୦୦ ରୁ ଅଧିକ କୁକୁର ଓ ୧୪୧୫ ଘୋଡ଼ା ପୁଲିସ୍‌ ବିଭାଗକୁ ସେବା ଯୋଗାଇ ଥାଆନ୍ତି । ଏଥିରେ ସବୁଠୁ ଆଗରେ ରହିଛି ଗୁଜୁରାଟ । ତା’ପଛକୁ ରହିଛି ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର । ଗୁଜୁରାଟ ପୁଲିସକୁ ଅଧିକ ‘ଘୋଡ଼ା ଓ ଓଟ’ ସେବା ଯୋଗାଉଥିବା ବେଳେ ମହାରାଷ୍ଟ୍ର ପୁଲିସ୍‌କୁ ଅଧିକ ‘ସ୍ନିଫର ଡଗ ୍ସ’ ସେବା ଯୋଗାଇ ଥାଆନ୍ତି ।

horse in police.jpg-1

ସେହିପରି ଉତ୍ତର ପ୍ରଦେଶ ପୁଲିସକୁ ‘ଟ୍ରେକର ଡଗ୍ସ’ ସେବା ଦିଅନ୍ତି ବୋଲି ପୁଲିସ୍‌ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ପକ୍ଷରୁ ପ୍ରକାଶ ପାଇଛି । ଯଦି ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଏହି ପଶୁଙ୍କ ଗଣନା କରାଯାଏ ତେବେ ୨୦୨୦ ଜାନୁଆରୀ ସୁଦ୍ଧା ପ୍ରାୟ ୩୮୬୭ ପଶୁ ପୁଲିସ ବିଭାଗକୁ ସେବା ଯୋଗାଉଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଭାଗର ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ଗଣନ ଅନୁଯାୟୀ ଦେଶରେ ୨୩୬୫ କୁକୁର, (୧୫୧୬ ସ୍ନିଫର ଓ ୮୪୯ ଟ୍ରେକର୍ସ ଡଗ୍ସ) ୧୪୧୫ ଘୋଡ଼ା, ୨୮ ଓଟ ଏବଂ ୫୯ ଅନ୍ୟ ପଶୁ ପୁଲିସ ବିଭାଗରେ ସେବା ଯୋଗାଉଛନ୍ତି ।

camel in police

କେଉଁ ରାଜ୍ୟରେ କେତେ ପଶୁ ପୁଲିସକୁ ସେବା ଯୋଗାନ୍ତି :

– ଗଜୁରାଟରେ ସର୍ବାଧିକ ୫୭୪ ପଶୁ ଯେଉଁଥିରେ ଘୋଡ଼ା, ଓଟ ଓ କୁକୁର ରହିଛନ୍ତି ।
– ଉତ୍ତର ପ୍ରଦେଶରେ ୪୨୮ ପଶୁ
– ମହାରାଷ୍ଟ୍ରରେ ୨୯୮ ପଶୁ
– ମଧ୍ୟ ପ୍ରଦେଶରେ ୨୪୪ ପଶୁ
– ତେଲେଙ୍ଗାନାରେ ୨୬୬ ପଶୁ
– ତାମିଲନାଡୁରେ ୨୨୬, କର୍ଣ୍ଣାଟକରେ ୨୦୮ ପଶୁ, ପଶ୍ଚିମ ବଙ୍ଗରେ ୧୯୭ ପଶୁ ରାଜସ୍ଥାନରେ ୧୮୭ ପଶୁ,ଆନ୍ଧ୍ର ପ୍ରଦେଶରେ ୧୮୧ ପଶୁ, କେରଳରେ ୧୫୭ ପଶୁ , ବିହାରରେ ୧୪୭ ପଶୁ, ଦିଲ୍ଲୀରେ ୮୬ ପଶୁ ଓ ପଞ୍ଜାବରେ ୧୨୭ ପଶୁ ପୁଲିସକୁ ସେବା ଯୋଗାନ୍ତି ।

Leave A Reply

Your email address will not be published.