ଜାଣନ୍ତୁ, ଆପଣଙ୍କ ପାସପୋର୍ଟ ସହ କିପରି ଲିଙ୍କ କରିବେ କୋଭିଡ୍‌ ଭ୍ୟାକ୍‌ସିନ ସାର୍ଟିଫିକେଟ

ଯଦି ଆପଣ ଆଗାମୀ ଦିନରେ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ପାସ୍‌ପୋର୍ଟ ସହ କୋଭିଡ ଭ୍ୟାକ୍‌ସିନ ସାର୍ଟିଫିକେଟ ନିଶ୍ଚୟ ଲିଙ୍କ କରନ୍ତୁ । ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ ।

ଜାଣନ୍ତୁ କିପରି କରିବେ ପାସପୋର୍ଟ ସହ କୋଭିଡ ଭ୍ୟାକ୍‌ସିନ ସାର୍ଟିଫିକେଟ  :

ଷ୍ଟେପ୍‌ ୧ : ଯଦି ଆପଣ ଅନ୍ୟ ଫଟୋ ଆଇଡିରେ କୋଭିଡ ଟିକା ନେଇଛନ୍ତି, ତେବେ CoWIN ର ଅଫିସିଆଲ େଓ୍ଵବସାଇଟ୍‌ (www.cowin.gov.in) କୁ ଲଗ୍‌ ଇନ୍‌ କରନ୍ତୁ ।

ଷ୍ଟେପ୍‌ ୨ : ଲଗ ଇନ୍‌ ହେବା ପରେ “Raise Issue” ବଟନ୍‌ ର ଆକାଉଣ୍ଟ ଡିଟେଲ୍‌ ସେକ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଷ୍ଟେପ୍‌ ୩: ଆପଣ ଏଠାରେ ୩ଟି ଅପ୍‌ସନ୍‌ ଦେଖିବେ । ସାର୍ଟିଫିକେଟ କରେକସନ୍‌, ମର୍ଜ ଡୁପ୍ଲିକେଟ ଡୋଜ୍‌ ପ୍ରୋଭିଜନାଲ ସାର୍ଟିଫିକେଟ ଓ ପାସପୋର୍ଟ ଡିଟେଲସ୍‌ । ଏବେ ଆପଣ ପାସପୋର୍ଟ ଡିଟେଲ ଯୋଗ କରିବା ପେଜକୁ ଯାଇ ସିଲେକ୍ଟ କରନ୍ତୁ ଓ ସେଠାରେ ପାସପୋର୍ଟ ବ୍ୟକ୍ତିଙ୍କ ନାମ ଯୋଗ କରନ୍ତୁ ।

ଷ୍ଟେପ୍‌ ୪ : ଏବେ ମେନୁକୁ ଯାଇ ପାସପୋର୍ଟ ନମ୍ବର ଆଡ୍‌ କରନ୍ତୁ । ଏବେ ଆପଣ ସାର୍ଟିଫିକେଟ ଫଟୋ ଚେଞ୍ଜ କରିବାକୁ ଅପସନ୍‌ ପାଇବେ ।

ଷ୍ଟେପ୍‌ ୫ : ଏବେ ଆପଣ ପାସପୋର୍ଟ ନମ୍ବର ୨ ଥର ଚେକ୍‌ କରିବା ଅପସନ୍‌ ପୁରଣ କରିବା ପରେ ସେଠାରେ ଥିବା ଏକ ‘ବକ୍ସ’ – ଯାହା ପାଖରେ ଲେଖାଥିବ ମୁଁ ଘୋଷଣା କରୁଛୁ ଯେ ଏହି ପାସପୋର୍ଟର ଦାବିଦାର କୁ ‘ଟିକ୍‌’ କରନ୍ତୁ ।
ଏହା ପରେ ‘ସବମିଟ୍‌ ରିକ୍ୟୁଷ୍ଟ’ ବଟନ କୁ କ୍ଲିକ୍‌ କରନ୍ତୁ ।
ଏବେ ଆପଣ ଆପଣଙ୍କ ରେଜିଷ୍ଟେଡ ମୋବାଇଲରେ ଏକ କନଫର୍ମିଂ ମେସେଜ ପାଇବେ ଯେ ଆପଣଙ୍କ ‘ରିକ୍ୟୁଷ୍ଟ ସଫଳତାର ସହ ଦାଖଲ କରାଗଲା’ ।

ଷ୍ଟେପ୍‌ ୬ : ଏବେ ଆକଉଣ୍ଟ ଡିଟେଲ ପେଜ୍‌କୁ ଫେରି ଯାଆନ୍ତୁ ଏବଂ ‘ସାର୍ଟିଫିକେଟ’ ବଟନ ଉପରେ କ୍ଲିକ୍‌ କରନ୍ତୁ ଯେଉଁ ଆକାଉଣ୍ଟରେ ପାସପୋର୍ଟ ଡିଟେଲ ଦାଖଲ କରିଥିଲେ । ଏବେ ଆପଣଙ୍କ ପାସପୋର୍ଟ ଲିଙ୍କ୍‌ ଥିବା ନୂଆ ଭ୍ୟାକ୍‌ସିନ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ।

ଯଦି ଆପଣ ଟିକା ନେଇ ନାହାଁନ୍ତି ଓ ନିକଟରେ ବିଦେଶ ଯିବାର ଅଛି ତେବେ ଆପଣଙ୍କ ପାସପୋର୍ଟକୁ ଫଟୋ ଆଇଡି ଭାବେ ଦାଖଲ କରନ୍ତୁ । କାରଣ ଏବେ ବିଦେଶ ଯିବାକୁ ହେଲେ ପାସପୋର୍ଟ ସହ ଭ୍ୟାକସିନ ସାର୍ଟିଫିକେଟ ଲିଙ୍କ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.