ଆସିଲା ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ: ଜାଣନ୍ତୁ କଣ ଥିଲା କାରଣ

କେନ୍ୟୁଜ୍(ବ୍ୟୁରୋ):ଆସିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସର ତଦନ୍ତ ରିପୋର୍ଟ । କୌଣସି ଯାନ୍ତ୍ରିକ ତ୍ରୁଟିରୁ ଦୁର୍ଘଟଣା ହୋଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହପଛରେ କୌଣସି ଆତ୍ମଘାତୀ କାର୍ଯ୍ୟକଳାପ ନାହିଁ । କିମ୍ବା କୌଣସି ଅବହେଳାକୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ । ହଠାତ୍‌ ପାଣିପାଗରେ ପରିବର୍ତ୍ତନ ହେବାରୁ ପାଇଲଟ ଠିକ୍‌ରେ ଜାଣିପାରିନଥିଲେ । ଫଳରେ ବାୟୁସେନାର ଏହି ହେଲିକପ୍ଟରଟି ପାହାଡ଼ ସହ ଧକ୍କା ହୋଇଥିଲା ।