ଦେଶ ବିଦେଶ

ପାକିସ୍ତାନୀ ସେନା…ଜାଣନ୍ତୁ କେତେ ଧନୀ; ସବୁକିଛି ରହି ଆସିଛି ତାଙ୍କର, ବିନା ଅନୁମତିରେ କୁଟା ବି ହୁଏନାହିଁ ଦୁଇଖଣ୍ଡ

ପାକିସ୍ତାନ ରାଜନୀତିରେ ସେନାର ଭୂମିକା ହେଉଛି କିଙ୍ଗ୍‌ମେକର। ଏଠି ଚାଲି ଆସିଛି ମିଲିଟାରୀ ଶାସନ। ୧୯୪୭ରେ ଦେଶ ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ସେନାର ହିଁ ପାଖାପାଖି ଶାସନ ରହି ଆସିଛି। ଏଠି ସେନା ପାଖରେ ଯାହା ଅଧିକାର ରହିଛି, ହୁଏତ ଆଉ କୌଣସି ଦେଶରେ ସେନାକୁ ମିଳି ନ ଥିବ।

ପାକିସ୍ତାନ ସଂସଦରେ ରଖାଯାଇଥିବା ଅଫିସିଆଲ ଦସ୍ତାବିଜ୍‌ ଅନୁସାରେ, ଦେଶର ସେନା ୫୦ରୁ ଅଧିକ ବଡ଼ ବଡ଼ ବିଜନେସ୍‌ ଚଳାଇ ଥାଆନ୍ତି। ସେମାନଙ୍କ ମୋଟ ବିଜନେସ୍‌ ରହିଛି ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ। କହିବାକୁ ଗଲେ, ପାକ୍‌ ସେନା ହେଉଛି ସେଠାକାର ସବୁଠାରୁ ବଡ଼ ବିଜନେସ୍‌ ହାଉସ୍‌। ସେନାର ବିଭିନ୍ନ ଟ୍ରଷ୍ଟ ଦେଶରେ ପେଟ୍ରୋଲ ପମ୍ପ୍‌ଠାରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଆଲ୍‌ ପାର୍କ, ବ୍ୟାଙ୍କ, ବେକରୀ, ସ୍କୁଲ-ୟୁନିଭର୍ସିଟି, କପଡ଼ା କମ୍ପାନୀ, ଡାଏରୀ ଫାର୍ମ, ସିମେଣ୍ଟ ପ୍ଲାଣ୍ଟ ଆଦି ଚଲାଉଛି।

ସେନା କଲ୍ୟାଣ ସଙ୍ଗଠନ ଏମିତି ଏକ ସଂସ୍ଥା, ଯାହା ଖାଦ୍ୟପେୟ ଜିନିଷ, କପଡ଼ା, ଜୋତା, ବିଦ୍ୟୁତ୍‌ ଉପକରଣ ଆଦିର କାରବାର କରିଥାଏ। ଏତିକି ନୁହେଁ, ପାକିସ୍ତାନର ଗାଁଗୁଡ଼ିକରେ ମଧ୍ୟ ଯଦି ଆପଣ ଆଇସ୍‌କ୍ରିମ୍‌ କିଣୁଛନ୍ତି, ତ ଏହା ମଧ୍ୟ ସେନାର ପ୍ରଡକ୍ଟ। ଖବର ମୁତାବକ, ଏଠି ସରକାର ଜମି ବୋଲି କିଛି ନାହିଁ। ପାଖାପାଖି ୮୦ ପ୍ରତିଶତ ଜମିରେ ରହିଛି ସେନାର ଅଧିକାର। କୃଷି ଭୂମି ବି ଏଥିରେ ସାମିଲ ଅଛି। ସେନାର ବିନା ଅନୁମତିରେ ନା ଆପଣ ଜମି କିଣିପାରିବେ ନା ବିକିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ, ପାକିସ୍ତାନରେ ଅବସରପ୍ରାପ୍ତ ଆର୍ମି ମୁଖ୍ୟମାନଙ୍କୁ ୪୦୦ ଏକର କୃଷି ଭୂମି ମାଗଣାରେ ଆଲର୍ଟ କରାଯାଇଛି।

ସୂଚନା ରହିଛି, ସେନା ପାଖରେ ପାକିସ୍ତାନର ୮ ସହରରେ ଡିଫେନ୍ସ ହାଉସିଂ ଅଥରିଟୀ (DHA)ର କମାଣ୍ଡ ରହିଛି, ଯେଉଁଥିରେ ଇସ୍‌ଲାମାବାଦ, ରାଓଲପିଣ୍ଡି, କରାଚି, ଲାହୋର, ମୁଲତାନ, ଗୁଜରାଁଓ୍ଵାଲା, ବହାଓ୍ଵଲପୁର, ପେଶାଓ୍ଵର ଏବଂ କ୍ୱେଟା ସାମିଲ ଅଛି।

କ୍ରେଡିଟ୍‌ ସୁଇସ୍‌ର ଅକ୍ଟୋବର ୨୦୨୨ର ରିପୋର୍ଟ ମୁତାବକ, ପାକିସ୍ତାନୀ ସେନାର ୨୫ ଜଣ ପୂର୍ବତନ ଅଫିସରଙ୍କର ସ୍ୱିସ୍‌ ବ୍ୟାଙ୍କରେ ଆକାଉଣ୍ଟ ଅଛି। ଏଥିରେ ପାଖାପାଖି ୮୦ ହଜାର କୋଟି ଟଙ୍କାର ଅଘୋଷିତ ସମ୍ପତ୍ତି ଜମା ରହିଛି। ସେଥିରୁ ISI ମୁଖ୍ୟ ରହି ସାରିଥିବା ଜେନେରାଲ ଅଖତର ଅବଦୁଲ ରହମାନ ଖାନଙ୍କ ଆକାଉଣ୍ଟରେ ୧୫ ହଜାର କୋଟି ଟଙ୍କା ଜମା ରହିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago