ଫ୍ଲାଟରେ ନିଜ ଝିଅ ସହ ଡିଜିଟାଲ ରେପ୍ କରୁଥିଲା ବାପା: ଜାଣନ୍ତୁ କ’ଣ ଏହି ଅପରାଧ, ଭାରତରେ କ’ଣ ରହିଛି ଏହାର ଦଣ୍ଡ ବିଧି

ଦିନକୁ ଦିନ ବଢ଼ିବାକୁ ଲାଗିଛି ଦୁଷ୍କର୍ମ ଆଉ ଦୁର୍ନୀତି। ଏମିତିକି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଲାଣି ଡକାୟତ। ଯାହାକି ପ୍ରଶାସନର ନିଦ ହଯାଇଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଆପଣଙ୍କ ନିଦ ହଜିଯିବ। ଉତ୍ତର ପ୍ରଦେଶ ସ୍ଥିତ ଗ୍ରେଟର ନୋଇଡାରେ ଏକ ଚିନ୍ତା ଜନକ ଘଟଣା ଘଟିଛି। ଏଥି ଜଣେ ବାପା ପାଲଟିଛି ରାକ୍ଷସ। ନିଜର ଜନ୍ମ କଲା ୫ ବର୍ଷର ଝିଅ ସହ କରିଛି ଡିଜିଟାଲ ରେପ୍। ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀର କହିବା ଅନଯାୟୀ ତାଙ୍କ ସ୍ବାମୀ ନିଜର ଝିଅ ସହ ଏପରି ରେପ୍ କରିଛନ୍ତି ଯେ ଏହା ସେତେବେଳେ ଜଣା ପଡ଼ିଲା।

କେତେବେଳେ ଝିଅ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥଲା। ସେତେବେଳେ ଝିଅ ନିଜ ବାପାର କୁକର୍ମ ବିଷୟରେ ମାଆକୁ କହିଥିଲା। ତେବେ ପୁଲିସ୍ ଏହି ମାମଲାରେ ତଦାରଖ କରୁଛି। ପୁଲିସ ମେଡିକାଲ ଯାଞ୍ଚ ପରେ କେସ ଫାଇଲ କରିଛି। ପୁଲିସ ଖୁବ୍ ଶୀଘ୍ର ହିଁ ଝିଅର ବୟାନ ରେକର୍ଡ଼ କରିବା ପାଇଁ କହିଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କ’ଣ ଏହି ଡିଜିଟାଲ ରେପ୍ ଓ ଆସାମୀ ଏହାକୁ କିପରି କରିଥାଏ ?

ଜାଣନ୍ତୁ କ’ଣ ଏହି ଡିଜିଟାଲ ରେପ୍?
ଅନେକ ଭାବନ୍ତି ଯେ ଏହି ଡିଜିଟାଲ ରେପ୍ ହେଉଛି ଅନଲାଇନ୍ ଆବ୍ୟୁଜ୍ ବା ଡିଜିଟାଲ ଆବ୍ୟୁଜ୍ କିନ୍ତୁ ଏହା ସଂପୂର୍ଣ୍ଣ ଭିନ୍ନ। ଯେତେବେଳେ କୌଣସି ବ୍ୟକ୍ତି କିମ୍ୱା ଆରୋପି ନିଜର ଆଙ୍ଗୁଠି ବ୍ୟବହାର କରି ପୀଡ଼ିତାର ପ୍ରାଇଭେଟ୍ ପାର୍ଟ ଅଙ୍ଗକୁ ଅତି ଅମାନୁଷିକ ଭାବେ ଛୁଏଁ, ତାକୁ ହିଁ କୁହାଯାଏ ଡିଜିଟାଲ ରେପ୍। ଏହାକୁ ଡିଜିଟାଲ ରେପ୍ ଏଥି ପାଇଁ କୁହାଯାଏ, କାରଣ ହାତ ଓ ପାଦର ଆଙ୍ଗୁଠି ଗୁଡ଼ିକୁ ହିନ୍ଦୀରେ ଅଙ୍କ ଓ ଇଂଲିଶରେ ଡିଜିଟ କୁହାଯାଏ। ସେଥିପାଇଁ ଯଦି କୌଣସି ବ୍ୟକ୍ତି ପୀଡ଼ିତାଙ୍କ ସହିତ ଏହା ବ୍ୟବହାର କରି କିଛି ଖରାପ କାମ କରେ ତାକୁ ଡିଜିଟାଲ ରେପ୍ କୁହାଯାଏ। ଯାହାକି ଭାରତ ଭଳି ଦେଶରେ ହିଁ ଅଧିକ ଦେଖିବାକୁ ମିଳେ କିନ୍ତୁ ଯେହେତୁ ଏହି ଜିନିଷ ପ୍ରତି ଅନେକ ଲୋକ ଅବଗତ ନୁହେଁ, ଅନେକ ଲୋକ ଏପରି ପରିସ୍ଥିତି ଉପୁଜିଲେ ଚୁପ୍ ରୁହନ୍ତି। ଯେଉଁଠି ତାଙ୍କୁ ମୁହଁ ଖୋଲି କହିବା ଦରକାର।

ଯଦି କୌଣସି ବ୍ୟକ୍ତି ନିଜର ଆଙ୍ଗୁଠି ବ୍ୟବହାର କରି ଯୌନ ଶୋଷଣ କରେ ତେବେ ଏହାକୁ ଡିଜିଟାଲ ରେପ୍ କୁହାଯାଏ। ବିଶେଷ ଭଳି ଭାରତରେ ମଧ୍ୟ ଏଥି ପାଇଁ କଡ଼ା ଆଇନ କାନୁନ ତିଆରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ ଡିଜିଟାଲ ରେପ୍ ର ୭୦ ପ୍ରତିଶତ ମାମଲା ପ୍ରାୟ ପୀଡ଼ିତାଙ୍କ ଆଖ ପାଖ ଓ ଚିନ୍ହା ଲୋକ କରି ଥାଆନ୍ତି। କିନ୍ତୁ ଡିଜିଟାଲ ରେପ୍ ଭଳି ଅପରାଧ ପାଇଁ ଖୁବ୍ କମ୍ ମାତ୍ରାରେ କେସ ଫାଇଲ କରାଯାଏ। ଏହି ଦୁଷ୍କର୍ମ ପାଇଁ ଭାରତ ଆଇନ ଅନୁଯାୟୀ ଅପରାଧୀକୁ ଅତି କମରେ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡେ। ପୁଣି କିଛି ମାମଲାରେ ଏହି ଦଣ୍ଡ ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ କରାଯାଏ। ଆଉ କିଛି ମାମଲରେ ଆଜୀବନ ଦଣ୍ଡ ମଧ୍ୟ ମିଳିଥାଏ। ତେବେ ଆପଣ ନିଜେ ସତର୍କ ରହିବା ସହ ଅନ୍ୟଙ୍କୁ ମଧ୍ୟ ସତର୍କ କରାନ୍ତୁ। ଯଦି ଆପଣ ନିଜ ଆଖ ପାଖ ଅଂଚଳରେ ଏପରି କୌଣସି ଘଟଣା ଦେଖୁଛନ୍ତି ତେବେ ତୁରନ୍ତ ପୁଲିସ ସହ ସମ୍ପର୍କ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.